ମାଛ କାଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ମାଛ କାଲିଆ

ଆବଶ୍ୟକ ସାମଗ୍ରୀ: ମାଛ (ବଡ଼ ପିସ୍‌), ଲୁଣ, ହଳଦୀ, ପିଆଜ, ରସୁଣ, ଅଦା, ଜିରା, ଟମାଟୋ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଗରମ ମସଲା, ତେଜପତ୍ର, ଦହି, ସୋରିଷ ତେଲ, ଚିନି ଓ ଶୁଖିଲା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ସୋରିଷ ତେଲ ଗରମ କରି ସେଥିରେ କଟା ଯାଇଥିବା ପିଆଜକୁ ଭାଜି  ଦିଅନ୍ତୁ। ଏହାକୁ ଏକ ପାତ୍ର ରଖିବା ପରେ ପ୍ୟାନ୍‌ରେ ମାଛ ପିସ୍‌ ଗୁଡ଼ିକୁ ଭାଜନ୍ତୁ।

ଏହାପରେ ପ୍ୟାନ୍‌ରେ ଆଉ କିଛି ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେଲେ ସେଥିରେ କିଛି ଚିନି, ଶୁଖିଲା ଲଙ୍କା, ତେଜପତ୍ର ଓ ଗରମ ମସଲା ପକାନ୍ତୁ। ତା’ପରେ ସେଥିରେ ପିଆଜ, ରସୁଣ, ଅଦା ଓ ଜିରାର ପେଷ୍ଟ ପକାଇ  ଦୁଇ ତିନି ମିନିଟ ଯାଏ ଭାଜନ୍ତୁ। ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ।  ତା’ପରେ ସେଥିରେ କଟା ଟମାଟୋ ପକାଇ ସାମାନ୍ୟ ପାଣି ଦେଇ ଆଞ୍ଚକୁ ଧିମା ରଖି ପ୍ୟାନ୍‌କୁ ଘୋଡ଼ାଇ ଦିଅନ୍ତୁ। ୫ରୁ ୭ ମିନିଟ ପରେ ଘୋଡ଼ଣୀ ବାହାର କରି ମସଲାକୁ ଭଲ ଭାବେ କଷନ୍ତୁ।

ତେଲ ଉପରକୁ ଆସିଲେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ମସଲା ସାମାନ୍ୟ ଥଣ୍ଡା ହେବା ପରେ ସେଥିରେ ଦହି ମିଶାନ୍ତୁ। ଏହାପରେ ପୁଣି ଥରେ ଗ୍ୟାସ ଅନ୍‌ କରି ଦହି ମିଶା ମସଲାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ ପୂର୍ବରୁ ଭାଜି ରଖିଥିବା ପିଆଜରୁ କିଛି ଓ ଗରମ ମସଲା ପକାନ୍ତୁ।

ଏବେ ସେଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଭଲ ଭାବେ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପାଣି ଫୁଟିବା ପରେ ସେଥିରେ ଭଜା ମାଛ ପକାଇ ଆଞ୍ଚକୁ ଧିମା କରି ଦିଅନ୍ତୁ। ଏହା ସହିତ ସେଥିରେ ଅବଶିଷ୍ଟ ଭଜା ପିଆଜ ସହିତ ଆଉ ଟିକେ ଗରମ ମସଲା ଏବଂ କଞ୍ଚାଲଙ୍କା ପକାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ତା’ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ କାଲିଆ। ଏବେ ତାହାକୁ ପ୍ଲେଟରେ ସର୍ଭ କରନ୍ତୁ।

The post ମାଛ କାଲିଆ appeared first on Odisha Reporter.



from Odisha Reporter https://ift.tt/3hwcrTO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages