ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଟ୍ରାକ୍ଟର ଓଲଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବଡ଼ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବହଲଦା ଥାନା ବସିଙ୍ଗି ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା।
ମୃତ ବ୍ୟକ୍ତିଙ୍କ ନାଁ ମୁକୁଲ କରୁଆ। ତାଙ୍କ ଘର ବସିଙ୍ଗି କଲୋନୀ ସାହିରେ। ତାଙ୍କ ବଡ଼ ଭାଇ ପଙ୍କଜ କରୁଆ ଟ୍ରାକ୍ଟର ଚଲାଉଥିଲେ। ତେବେ ଦ୍ରୁତ ଗତିରେ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଟ୍ରାକ୍ଟରଟି ଓଲଟି ପଡ଼ିବା ଫଳରେ ମୁକୁଲ ଓ ପଙ୍କଜ ତା’ ତଳେ ଚାପି ହୋଇଯାଇଥିଲା। ମୁକୁଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପଙ୍କଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବହଲଦା ଥାନା ପୁଲିସ୍ ମୁକୁଲଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
The post ଓଲଟି ପଡ଼ିଲା ଟ୍ରାକ୍ଟର, ଚାଲିଗଲା ଭାଇର ଜୀବନ appeared first on Odisha Reporter.
from Odisha Reporter https://ift.tt/3bfKf3p
No comments:
Post a Comment