ହିମନ୍ତ ବିଶ୍ୱଶର୍ମା ନୂଆ ମୁଖ୍ୟମନ୍ତ୍ରୀ, କାଲି ଶପଥ ନେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ହିମନ୍ତ ବିଶ୍ୱଶର୍ମା ନୂଆ ମୁଖ୍ୟମନ୍ତ୍ରୀ, କାଲି ଶପଥ ନେବେ

ନୂଆଦିଲ୍ଲୀ: ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଜାରି ରହିଥିବା ସସପେନ୍ସ ଉପରୁ ପର୍ଦା ହଟିଛି । ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଘୋଷଣା କରାଯାଇଛି । ଗତ ରାତିରୁ ଚାଲିଥିବା ବୈକଠ ପରେ ଆଜି ହିମନ୍ତ ବିଶ୍ୱଶର୍ମାଙ୍କ ନାମ ଉପରେ ମୋହର ମରାଯାଇଛି । ଏହି ବୈଠକରେ ବିଜେପି ନେତା ବିଏଲ୍ ସନ୍ତୋଷ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଅଜୟ ଜାମୱାଲ ଉପସ୍ଥିତ ଥିଲେ ।

ଉଭୟ ସର୍ବାନନ୍ଦ ସୋନୋୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ବିଜେପିର ହାଇକମାଣ୍ଡ ବୈଠକ ପାଇଁ ଦିଲ୍ଲୀ ଡକାଯାଇଥିଲା । ଦୁଇ ନେତା ଶନିବାର ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରିଥିଲେ ।

ପୂର୍ବ ଆସାମ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ହିମନ୍ତ ବିଶ୍ୱଶର୍ମା ଆସାମର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଗରେ ରହିଛନ୍ତି । ପାଖାପାଖି ୪୦ ବିଧାୟକ ତାଙ୍କ ସପକ୍ଷରେ ଅଛନ୍ତି । ସୂଚନାଯୋଗ୍ୟ, ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା । ୨୦୧୬ ବିଧାନସଭା ନିର୍ବାଚନରେ ସୋନୋୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି । ତେବେ ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୯ଟି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି ।

ରବିବାର ସର୍ବାନନ୍ଦ ସୋନୱାଲ ଆଜି ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱାଧୀନ ସରକାରରେ ହିମନ୍ତ ବିଶ୍ୱଶର୍ମା ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ସେ ଆସାମରେ ବିଜେପିର ସଙ୍କଟମୋଚକ ଭାବେ ମଧ୍ୟ ବେଶ ଜଣାଶୁଣା।

The post ହିମନ୍ତ ବିଶ୍ୱଶର୍ମା ନୂଆ ମୁଖ୍ୟମନ୍ତ୍ରୀ, କାଲି ଶପଥ ନେବେ appeared first on Odisha Reporter.



from Odisha Reporter https://ift.tt/3xSYbKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages