ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ପାର୍, ଆଉ ୩୨ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ପାର୍, ଆଉ ୩୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୦୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ଡେଇଁଛି। ଆଉ ସେମାନଙ୍କ ମଧ୍ୟରୁ ସାଢ଼େ ୫ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ରାଜ୍ୟରେ ଆଉ ୩୨ ଜଣଙ୍କ ମୃତ୍ୟୁ ଘଟିଛି।

୧୧,୦୫୯ ନୂଆ ଆକ୍ରାନ୍ତ ମଧ୍ୟରୁ ୬୧୯୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୮୬୬ଟି ହେଉଛି ଲୋକାଲ୍ କେସ୍‌। କଟକ ଜିଲ୍ଲାରେ ସର୍ବାଧିକ ୧୧୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଟିକେ କମିଛି। ଏହି ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ୧୦୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛି ଅନୁଗୋଳ ଜିଲ୍ଲା। ଏଠାରୁ ୮୫୯ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୨୯, ମୟୂରଭଞ୍ଜରୁ ୬୬୨ ଓ ଯାଜପୁର ଜିଲ୍ଲାରୁ ୫୬୪ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ୪୦୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩୬୭, ଭଦ୍ରକରୁ ୩୭୭, ବଲାଙ୍ଗିରରୁ ୧୬୬, ବୌଦ୍ଧରୁ ୨୬୧, ଦେବଗଡ଼ରୁ ୧୦୩, ଢେଙ୍କାନାଳରୁ ୩୫୧, ଗଜପତି ୬୭, ଗଞ୍ଜାମରୁ ୧୫୫, ଜଗତସିଂହପୁରରୁ ୩୩୦, ଝାରସୁଗୁଡ଼ାରୁ ୨୨୮, କଳାହାଣ୍ଡିରୁ ୪୦୭, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୩୦୯, କେନ୍ଦୁଝରରୁ ୨୦୦, କୋରାପୁଟରୁ ୧୭୫, ମାଲକାନଗିରିରୁ ୯୮, ନବରଙ୍ଗପୁରରୁ ୩୨୨, ନୟାଗଡ଼ରୁ ୨୪୬, ନୂଆପଡ଼ାରୁ ୪୪, ପୁରୀରୁ ୪୩୦, ରାୟଗଡ଼ାରୁ ୧୭୭, ସମ୍ବଲପୁରରୁ ୩୭୯ ଓ ସୋନପୁର ଜିଲ୍ଲାରୁ ୨୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୦୩ ଜଣ ଚିହ୍ନଟ ହୋଇଛନ୍ତି।

୧୧,୦୫୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୮୯ ହଜାର ୬୧୦ ଜଣ ସୁସ୍ଥ ହୋଇସାରିଛନ୍ତି। ଲକ୍ଷେ ୧୧ ହଜାର ୨୬୨ ଜଣ ଚିକିତ୍ସାଧୀନ ଅଛନ୍ତି। ଆଉ ୩୨ ଜଣଙ୍କ ଜୀବନ ଯାଇଥିବା ବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୧୬ରେ ପହଞ୍ଚିଛି।

The post ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ପାର୍, ଆଉ ୩୨ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3fVoUht

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages