କେନ୍ଦ୍ରର ଡିଜିଟାଲ ନିୟମ: ଗୁଗୁଲ ରାଜି, ଫେସବୁକ ଓ ହ୍ୱାଟସଆପର ଅସୁବିଧା କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 27, 2021

କେନ୍ଦ୍ରର ଡିଜିଟାଲ ନିୟମ: ଗୁଗୁଲ ରାଜି, ଫେସବୁକ ଓ ହ୍ୱାଟସଆପର ଅସୁବିଧା କେଉଁଠି?

ନୂଆଦିଲ୍ଲୀ: ଫେବୃଆରୀ ୨୫ରେ ଜାରି ହୋଇଥିବା ଡିଜିଟାଲ ମିଡିଆ ନିୟମାବଳୀକୁ ନେଇ ସୋଶାଲ ମିଡିଆ କମ୍ପାନୀ ଏବେ ଟାଳଟୁଳ ନୀତି ଆପଣାଇଛନ୍ତି। ନୂଆ ନିୟମକୁ ଗ୍ରହଣ କରିବା ପାଇଁ ଏବେ ସୋଶାଲ ମିଡିଆ କମ୍ପାନୀ ଏବେ ରାଜି ନୁହନ୍ତି। ଗୋପନୀୟତାର ଅଧିକାରକୁ ଏହା କ୍ଷୁର୍ଣ୍ଣ କରୁଛି ବୋଲି କହି ହ୍ୱାଟସଆପ ଏବେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟପଟେ କେନ୍ଦ୍ର କହିଛି ଭାରତରେ ବ୍ୟବସାୟ କରିବାକୁ କୌଣସି ପ୍ରତିବନ୍ଧକ ନାହିଁ। ହେଲେ ଭାରତ ସରକାରଙ୍କ ନିୟମକୁ ପାଳନ କରିବାକୁ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରାଳୟ ସଫାସଫା ଶୁଣାଇ ଦେଇଛି। ଏଥିରେ ସୋଶାଲ ମିଡିଆ କମ୍ପାନୀ କିମ୍ୱା ୟୁଜରଙ୍କର କୌଣସି କ୍ଷତି ବା ଅଧିକାର ଉଲ୍ଲଂଘନ ହେବନି ବୋଲି ସରକାର କହିଛନ୍ତି।

ସରକାରଙ୍କ ନିୟମ

କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ତରଫରୁ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି।  ଯାହାକୁ ନେଇ ବିବାଦ ଉପୁଜିଛି।

କେଉଁ କାରଣ ପାଇଁ ବିବାଦ?

ହ୍ୱାଟସଆପ୍ ବିବୃତ୍ତି ଜାରିକରି କହିଛି ଯେ କିଏ ପ୍ରଥମେ କୌଣସି ମେସେଜକୁ ପ୍ରଥମେ ତିଆରି କରିଛନ୍ତି ବା ଫରଓ୍ୱାର୍ଡ କରିଛନ୍ତି ଏହା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନର ନିୟମକୁ ବିରୋଧ କରିବ। ଏଭଳି ହେଲେ ଗୋପନୀୟତା ଅଧିକାର ଅଧିକ ଦୁର୍ବଳ ହେବ।

ସରକାରଙ୍କ ମତ

ଆଇଟି ମନ୍ତ୍ରାଳୟ କହିଛି ଯେ କେନ୍ଦ୍ର ସରକାର ଗୋପନୀୟତା ଅଧିକାରକୁ ସମ୍ମାନ କରନ୍ତି। ମନ୍ତ୍ରଣାଳୟ କହିଛି ଯେ ଯଦି ହ୍ୱାଟସଆପକୁ କୁହାଯିବ କୌଣସି ଭାଇରାଲ ବା ଫେକ ନ୍ୟୁଜର ଉତ୍ସ କେଉଁଠି ଆସୁଛି ଏହାର ଉତ୍ତର ଦିଅ ଏହାର ଅର୍ଥ ନୁହେଁ ଗୋପନୀୟତା ଅଧିକାର ଉଲ୍ଲଂଘନ କରିବା। ମନ୍ତ୍ରଣାଳୟ କହିଛି ଯେ ଏପରି ଆବଶ୍ୟକତା କେବଳ ସେହି କ୍ଷେତ୍ରରେ ଥାଏ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତାର ପ୍ରସାର ବନ୍ଦ ଆବଶ୍ୟକ ଅନୁଭବ କରାଯିବ। କାରଣ ଅନେକ କ୍ଷେତ୍ରରେ ବାର୍ତ୍ତାର ଉତ୍ସ ଜଣାପଡ଼ୁ ନାହିଁ। ତେଣୁ ଫେକ୍ ନ୍ୟୁଜର ଶିକାର ହେଉଛନ୍ତି ଲୋକମାନେ। ତେଣୁ ଲୋକମାନେ କିଭଳି ଏହି ଫେକ୍ ନ୍ୟୁଜରୁ ବର୍ତ୍ତିବା ଦରକାର ତାହା ଉଭୟ ସରକାର ଏବଂ ସୋଶାଲ ମିଡିଆ କମ୍ପାନୀ ମିଶି ସୁନିଶ୍ଚିତ କରିବା ଦରକାର।

ଆଇଟି ମନ୍ତ୍ରାଳୟ କହିଛି ଯେ କେନ୍ଦ୍ରର ନୂଆ ଗାଇଡଲାଇନକୁ ବିରୋଧ କରୁଥିବା ହ୍ୱାଟସଆପ କେଉଁ ଆଧାରରେ କମ୍ପାନୀ ତାର ସମସ୍ତ ୟୁଜରଙ୍କ ତଥ୍ୟ ଏହାର ମୂଳ କମ୍ପାନୀ ଫେସବୁକ୍ ସହିତ ଶେୟାର କରିବ? ଏହା କଣ ଗୋପନୀୟତା ଆଇନରୁ ଉଲ୍ଲଂଘନ ନୁହେଁ କି ବୋଲି କେନ୍ଦ୍ର ପ୍ରଶ୍ନ କରିଛି।

ଅନ୍ୟପକ୍ଷରେ, ଆଇନ ଶୃଙ୍ଖଳା ରକ୍ଷା ତଥା ଫେକ୍ ନ୍ୟୁଜକୁ ରୋକିବା ପାଇଁ ଆବଶ୍ୟକ ମଧ୍ୟସ୍ଥି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ମନା କରିବାକୁ ହ୍ୱାଟସଆପ୍ ସମସ୍ତ ପ୍ରୟାସ କରୁଛି। ଭାରତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତରେ ହେବାକୁ ଥିବା ସମସ୍ତ କାମ ଏଠାରେ ଥିବା ନିୟମ ଅନୁଯାୟୀ କରାଯିବା ଉଚିତ୍।

ଦୁଇ ବର୍ଷ ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ମେସେଜର ଉତ୍ସ ଜାଣିବା ଜରୁରୀ

ସେପ୍ଟେମ୍ବର ୨୪, ୨୦୧୯ରେ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ। ଯେଉଁଥିରେ ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଥିଲେ ବିଭିନ୍ନ ମେସେଜ ଏବଂ ବିଷୟବସ୍ତୁ ସୋଶାଲ ମିଡିଆରେ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି କ୍ଷତିକାରକ ଏବଂ କେତେକ ହିଂସା ସୃଷ୍ଟି କରିପାରେ। କିଛି ସାର୍ବଜନୀନତା ଏବଂ ଅଖଣ୍ଡତା ବିରୁଦ୍ଧରେ କିଛି ବାର୍ତ୍ତା ଥାଇପାରେ। ଏଥିସହ ବହୁ ପରିମାଣର ଅଶ୍ଳୀଳତା ଏବଂ ଏଡିଟେଡ ଫଟୋ ଏବଂ ଭିଡିଓକୁ ସୋଶାଲ୍ ମିଡିଆରେ ବହୁଳ ଭାବରେ ବ୍ୟବହାର କରନ୍ତି। ତେଣୁ ମଧ୍ୟସ୍ଥିଙ୍କ ଦ୍ୱାରା ପରିଚାଳିତ ପ୍ଲାଟଫର୍ମ ବ୍ୟବହାର କରି ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ନିଷିଦ୍ଧ ପଦାର୍ଥ ବିକ୍ରି ହୋଇପାରିବ। ଏପରି ପରିସ୍ଥିତିରେ, ଏହିପରି ପଦାର୍ଥର ଉତ୍ପନ୍ନ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ସଂସ୍ଥାଗୁଡ଼ିକୁ ଖୋଜିବା ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା ରହିବା ଆବଶ୍ୟକ।

ଭାରତ ସରକାରଙ୍କ ନିୟମ ମାନିବାକୁ ରାଜି: ଗୁଗୁଲ

ଗୁଗୁଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ଇଣ୍ଟରନେଟରେ ସ୍ୱାଧୀନ ମତ ବ୍ୟକ୍ତ ଏହା ସମସ୍ତଙ୍କ ମୌଳିକ ଅଧିକାର। କମ୍ପାନୀ ସ୍ଥାନୀୟ ସରକାରର ନିୟମ ମାନିବ ଏବଂ ସରକାରମାନଙ୍କ ସହିତ ଗଠନମୂଳକ ଭାବେ ଜଡିତ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଦ୍ରୁତ ଗତିରେ ଟେକ୍ନୋଲୋଜି ଆଗଉଛି। ତେଣୁ ସରକାର ନିୟମ ତିଆରି କରିବା ସ୍ୱାଭାବିକ। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମନୋନୀତ ସାମ୍ବାଦିକମାନଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ପିଚାଇ ଏହା କହିଛନ୍ତି।

The post କେନ୍ଦ୍ରର ଡିଜିଟାଲ ନିୟମ: ଗୁଗୁଲ ରାଜି, ଫେସବୁକ ଓ ହ୍ୱାଟସଆପର ଅସୁବିଧା କେଉଁଠି? appeared first on Odisha Reporter.



from Odisha Reporter https://ift.tt/3up11nt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages