ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆଉଟପାଉଟ ଭାରତୀୟଙ୍କ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି ଭାରତ ସରକାର। ଆଜି କେନ୍ଦ୍ର ସରକାର ଟିକାର ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କରିଛନ୍ତି। ବିଦେଶୀ ଟିକାକୁ ଫାଷ୍ଟଟ୍ରାକ ଉପାୟରେ ଦେଶକୁ ଆଣି ଲୋକଙ୍କୁ ଏହା ସିଧାସଳଖ ଦେବା ପାଇଁ ଟ୍ରାଏଲ ନିୟମରେ ପରିବର୍ତ୍ତନ କରାଯାଇଛି। ଏହାର ଅର୍ଥ ବିଦେଶୀରୁ ଆସୁଥିବା କରୋନା ଟିକା ବିନା କୌଣସି ସ୍ଥାନୀୟ ଟ୍ରାଏଲରେ ଲୋକଙ୍କୁ ସିଧାସଳଖ ଦିଆଯିବ।
ପୂର୍ବରୁ ଯେକୌଣସି ଟିକାର ଡୋଜ୍ ଲୋକଙ୍କୁ ଦେବା ପୂର୍ବରୁ ଏହାର ସ୍ଥାନୀୟ ଟ୍ରାଏଲ ବାଧ୍ୟତାମୂଳକ ଥିଲା। ଅର୍ଥାତ ବିଦେଶୀ କମ୍ପାନୀର ଟିକା ଦେଶର ଲୋକଙ୍କୁ ଦେବା ପୂର୍ବରୁ ଏହାର ଟ୍ରାଏଲ ଭାରତରେ କରାଯିବାର ନିୟମ ରହିଥିଲା।
ବର୍ତ୍ତମାନ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ର କୋଭାକ୍ସିନ ଲୋକଙ୍କୁ ଦିଆଯାଉଛି। ସେହିପରି ରୁଷର କରୋନା ଟିକା ସ୍ପୁଟନିକ-ଭି ଟିକା ମଧ୍ୟ ଖୁବଶୀଘ୍ର ଲୋକଙ୍କୁ ଦିଆଯିବ ବୋଲି ଭାରତ ସରକାର ଅନୁମତି ଦେଇଛନ୍ତି।
ତଥାପି ଟିକାର ଅଭାବ ଦେଖାଯାଉଥିବାରୁ ବିଭିନ୍ନ ଦେଶରେ ବ୍ୟବହୃତ ହେଉଥିବା ଟିକାକୁ ଭାରତ ସରକାର ଦେଶକୁ ଫାଷ୍ଟଟ୍ରାକ୍ ପ୍ରଣାଳୀରେ ଆଣିବାକୁ ଚାହୁଁଛନ୍ତି। ଏହି କାରଣରୁ ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ ଟିକା କମ୍ପାନୀଗୁଡ଼ିକୁ ଭାରତରେ ଟିକାର ଉତ୍ପାଦନ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।
ସୂଚନା ଅନୁସାରେ, ଫାଇଜର, ଜନସନ ଆଣ୍ଡ ଜନସନ ଓ ମଡର୍ଣ୍ଣା କମ୍ପାନୀ ସହ ଭାରତ ସରକାର ଟିକା ଆଣିବାକୁ କଥାବାର୍ତ୍ତା କରୁଛନ୍ତି। ଫାଇଜର ମଧ୍ୟ ଭାରତ ସରକାରଙ୍କୁ ସିଧାସଳଖ ଟିକା ଦେବାକୁ ପ୍ରସ୍ତୁତ ଥିବା କହିଛି। ଫାଇଜର ଟିକା ଏଯାଏ ପ୍ରସ୍ତୁତ ହୋଇଥିବା ସମସ୍ତ କରୋନା ଟିକା ଠାରୁ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।
ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ ହେଁ ଏଯାଏ ଦେଶରେ ମାତ୍ର ୩% ଲୋକଙ୍କୁ ଟିକାର ଡବଲ ଡୋଜ ଦିଆଯାଇ ପାରିଛି। ବିଦେଶରୁ ଟିକା ଆସିଲେ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରାଯାଇ ପାରିବ ବୋଲି ଭାରତ ସରକାର ଆଶା ରଖିଛନ୍ତି।
The post ବିନା ଟ୍ରାଏଲରେ ଭାରତୀୟଙ୍କୁ ଦିଆଯିବ କରୋନା ଟିକା, ସରକାର ଉଚ୍ଛେଦ କଲେ ନିୟମ appeared first on Odisha Reporter.
from Odisha Reporter https://ift.tt/3wEzkJ4
No comments:
Post a Comment