କରୋନାର ଶେଷ ଅସ୍ତ୍ର ଆଣ୍ଟିବଡ଼ି ଥେରାପି! ଦିନକରେ ଭଲ ହେଲେ ୮୪ ବର୍ଷୀୟ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 27, 2021

କରୋନାର ଶେଷ ଅସ୍ତ୍ର ଆଣ୍ଟିବଡ଼ି ଥେରାପି! ଦିନକରେ ଭଲ ହେଲେ ୮୪ ବର୍ଷୀୟ ବୃଦ୍ଧ

କରୋନା ବିରୋଧୀ ଲଢ଼େଇରେ ଆଣ୍ଟିବଡି ଥେରାପି ହେବ କି ଶେଷ ଅସ୍ତ୍ର? ଭାରତରେ ଏହାର ପ୍ରଥମ ପ୍ରୟୋଗ ସଫଳ ହେବା ପରେ ଦୃଢ଼ ହୋଇଛି ବିଶ୍ୱାସ। ଆଣ୍ଟିବଡ଼ି କକଟେଲ୍ ଦିଆଯିବାର ଦିନକ ପରେ ଜଣେ ୮୪ ବର୍ଷୀୟ ବୃଦ୍ଧ କରୋନାମୁକ୍ତ ହୋଇଛନ୍ତି।

କରୋନା ଲଢେଇର ନୂଆ ଅସ୍ତ୍ର ଆଣ୍ଟିବଡ଼ି କକ୍‌ଟେଲ୍‌। ଭାରତରେ ବି ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଯାଇଛି। ଖୁସି ଖବର ହେଉଛି ଏହି ଇଞ୍ଜେକସନ୍ ଦିଆଯିବାର ଦିନକ ପରେ ବହୁବିଧ ସ୍ୱାସ୍ଥ୍ୟ ସମସ୍ୟା ଥିବା ୮୪ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ ଏହି ସୂଚନା ଦେଇଛନ୍ତି। ତେବେ ସଂପୃକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି ଏବଂ ଆଣ୍ଟିବଡ଼ି ଚିକିତ୍ସା କିଭଳି କାମ ଦେଉଛି ତାର ଅନୁଧ୍ୟାନ କରାଯାଉଥିବା ଡାକ୍ତର ତ୍ରେହାନ କହିଛନ୍ତି।

ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ସମୟରେ ତାଙ୍କୁ ଆଣ୍ଟିବଡ଼ି କକ୍‌ଟେଲ ଦିଆଯାଇଥିଲା। ସେହିପରି ଆମେରିକା ଓ ୟୁରୋପରେ ଏହି ଚିକିତ୍ସା ପଦ୍ଧତିର ବହୁଳ ବ୍ୟବହାର କରାଯାଉଛି। କୋଭିଡ୍ ସଂକ୍ରମିତ ହେବାର ୭ରୁ ୮ ଦିନ ମଧ୍ୟରେ ଆଣ୍ଟିବଡ଼ି ଚିକିତ୍ସା କରାଗଲେ ୭୦ରୁ ୮୦ ପ୍ରତିଶତ ରୋଗୀଙ୍କୁ ହସପିଟାଲ ଯିବାକୁ ପଡିବ ନାହିଁ ବୋଲି ପରୀକ୍ଷଣରୁ ସ୍ପଷ୍ଟ ହୋଇଥିବା ଡାକ୍ତର ତ୍ରେହାନ ସୂଚନା ଦେଇଛନ୍ତି।

ମନୋକ୍ଲାନାଲ ଆଣ୍ଟିବଡ଼ି ଏଭଳି ଏକ ଔଷଧ ଯାହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଏ। ତେବେ ଏହା କୌଣସି ରାସାୟନିକ ଯୌଗିକ ନୁହେଁ। ଏହା ରୋଗ ବିରୋଧରେ ଲଢୁଥିବା ଏକ ପ୍ରୋଟିନ୍, ଯାହାକୁ କୃତ୍ତିମ ଉପାୟରେ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଏ। ମନୋକ୍ଲୋନାଲ ଆଣ୍ଟିବଡ଼ି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନକଲ କରିଥାଏ। ଫଳରେ ଭୂତାଣୁ ଓ ଅନ୍ୟ ହାନିକାରକ ଅଣୁଜୀବର ମୁକାବିଲା ପାଇଁ ଶରୀର ପୂର୍ବ ଅପେକ୍ଷା ଆହୁରି ଭଲ ଭାବେ ସମର୍ଥ ହୁଏ।

ଦୁଇଟି ମନୋକ୍ଲୋନାଲ ଆଣ୍ଟିବଡ଼ି- କାସିରି-ଭିମାଭ ଓ ଇମ୍‌ଡେ-ଭିମାଭକୁ ଶରୀରରେ ଇଞ୍ଜେକଟ୍ କରିବା ଦ୍ୱାରା ଏହା ଭୂତାଣୁକୁ କୋଷ ମଧ୍ୟରେ ପ୍ରବେଶ କରିବାକୁ ଦେଉନଥିବା ଜଣାପଡିଛି। ତେଣୁ କୋଭିଡ୍ ବିରୋଧରେ ଏହା ସଫଳତାର ସହ କାମ କରୁଛି। ସେହିପରି କରୋନାର B.1.617 ଷ୍ଟ୍ରେନ ବିରୋଧରେ ବି ଏହା ଫଳପ୍ରଦ ହେଉଛି।

ସିପ୍ଲା ଓ ରଶ୍ ଫାର୍ମା କଂପାନି ଭାରତରେ ଆଣ୍ଟିବଡ଼ି କକ୍‌ଟେଲ୍‌ ଲଞ୍ଚ୍ କରିଛନ୍ତି। ଏହାର ଗୋଟିଏ ଡୋଜ୍ ଦାମ୍ ପାଖାପାଖି ୬୦ ହଜାର ଟଙ୍କା ରହିଛି। ସେହିପରି ଆଣ୍ଟିବଡ଼ି କକଟେଲର ମାନବ ପରୀକ୍ଷଣ ଲାଗି ଅନୁମତି ମାଗିଛି ଜାଇଡସ୍ କାଡିଲା ଫାର୍ମା କଂପାନି। ଆଣ୍ଟିବଡ଼ି କକଟେଲ୍ ବ୍ୟବହାର ଦ୍ୱାରା ଫୁସଫୁସ ସଂକ୍ରମଣ କମି ଯାଉଥିବା ପଶୁଙ୍କ ଦେହରେ ହୋଇଥିବା ପରୀକ୍ଷଣରୁ ଜଣାପଡିଛି। ସେହିପରି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ବେଳେ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ବୋଲି କଂପାନି ପକ୍ଷରୁ କୁହାଯାଇଛି।

The post କରୋନାର ଶେଷ ଅସ୍ତ୍ର ଆଣ୍ଟିବଡ଼ି ଥେରାପି! ଦିନକରେ ଭଲ ହେଲେ ୮୪ ବର୍ଷୀୟ ବୃଦ୍ଧ appeared first on Odisha Reporter.



from Odisha Reporter https://ift.tt/2TkqL7D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages