ନୂଆଦିଲ୍ଲୀ: ମଙ୍ଗଳବାର ପରେ ପୁଣିଥରେ ଦୁଇ ଲକ୍ଷ ତଳେ ଦୈନିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଶୁକ୍ରବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟାରେ ମୋଟ୍ ୧ ଲକ୍ଷ ୮୬ ହଜାର ୩୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଗତ ୪୪ ଦିନ ପରେ ଦୈନିକ ସଂକ୍ରମିତ ସଂଖ୍ୟା କମ୍ ରହିଥିବା ଜଣାପଡ଼ିଛି। ଏବେ ନୂଆ ସଂକ୍ରମିତଙ୍କୁ ମିଶାଇଲେ ଏଯାବତ ବଗ୍ଧ ୨,୭୫,୫୫,୪୫୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସରକାରଙ୍କ ରିପୋର୍ଟ ଅନୁଯାୟୀ ଏବେ ଦୈନିକ ସଂକ୍ରମିତ ହାର ୧୦ ପ୍ରତିଶତରୁ ୯ ପ୍ରତିଶତ ରହିଛି। ସେହିପରି ସାପ୍ତାହିକ ସଂକ୍ରମିତ ହାର ୧୦.୪୨ ପ୍ରତିଶତ ରହିଛି।
ତେବେ ଦୈନିକ ମୃତ୍ୟୁ ସଂଖ୍ୟାରେ ସେମିତି କିଛି ବିଶେଷ ହ୍ରାସ ହୋଇନି। ସରକାରଙ୍କ ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୩,୬୬୦ ଜଣ କରୋନାରେ ମୃତ୍ୟୁ ଘଟିଛି। ଗୁରୁବାର ଏହି ସଂଖ୍ୟା ୩,୮୪୭ ଥିଲା। ନୂଆ ମୃତକଙ୍କୁ ମିଶାଇଲେ ଏବେ ୩ ଲକ୍ଷ ୧୮ ହଜାର ୮୯୫ ଜଣ କରୋନାରେ ଆଖି ବୁଜିଛନ୍ତି।
ସେହିପରି ଆରୋଗ୍ୟ ସଂଖ୍ୟା ମଧ୍ୟ ବଢ଼ିଛି। ବିଗତ ୨୪ ଘଣ୍ଟାରେ ୨,୫୯,୪୫୯ ଜଣ କରୋନାରେ ଆରୋଗ୍ୟ ହୋଇଛନ୍ତି। ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇଲେ ୨,୪୮,୯୩,୪୧୦ ଜଣ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇଲେ ଏବେ ଦେଶରେ ଆରୋଗ୍ୟ ହାର ୯୦.୩୪ ପ୍ରତିଶତ ହୋଇଥିବା ସୂଚନା ରହିଛି। ଏବେ ୨୩,୪୩,୧୫୨ ଜଣ କରୋନାରେ ଚିକିତ୍ସାଧୀନ ଥିବା ସୂଚନା ରହିଛି। ଗତକାଲି ଏହି ସଂଖ୍ୟା ୭୬ ହଜାର ୭୫୫ ଅଧିକ ଥିଲା।
ଆଇସିଏମଆର ଏଯାବତ ୩୩,୯୦,୩୯,୮୬୧ଟି ନମୁନା ପରୀକ୍ଷା ହୋଇଥିବା କହିଥିବା ବେଳେ ଗୁରୁବାର ୨୦,୭୦,୫୦୮ଟି ନମୁନା ପରୀକ୍ଷା ହୋଇଛି ବୋଲି କହିଛି। ବୁଧବାର ୨୧,୫୭,୮୫୭ ସଂଖ୍ୟାରେ କରୋନା ନୁମନା ପରୀକ୍ଷା ହୋଇଥିଲା। କିନ୍ତୁ ପଶ୍ଚିମବଙ୍ଗ, ଓଡିଶା ଏବଂ ଝାଡଖଣ୍ଡରେ ବାତ୍ୟା ୟାସ୍ ପାଇଁ କରୋନା ଟେଷ୍ଟ ବାଧାପ୍ରାପ୍ତ ହୋଇଛି। ଯେଉଁଥିପାଇଁ କରୋନା ଟେଷ୍ଟ କମିଛି।
The post ଦେଢ଼ ମାସ ପରେ ସବୁଠୁ କମ୍ କରୋନା ସଂକ୍ରମିତ ଚିହ୍ନଟ, ୩,୬୬୦ ଜଣଙ୍କର ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3usIrLo
No comments:
Post a Comment