ଇଦ୍‌ରେ ଦେଖାଦେବେନି ଭାଇଜାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

ଇଦ୍‌ରେ ଦେଖାଦେବେନି ଭାଇଜାନ୍‌

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ । ପ୍ରତିବର୍ଷ ସେ ଇଦ୍ ଅବସରରେ ନିଜ ଫ୍ୟାନ୍‌ମାନଙ୍କୁ ଭେଟନ୍ତି । ଭାଇଜାନ୍‌ଙ୍କ ଗୋଟିଏ ଝଲକ୍ ପାଇବା ପାଇଁ ଫ୍ୟାନ୍‌ମାନେ ମଧ୍ୟ ତାଙ୍କ ଘର ସାମ୍ନାରେ ଭିଡ ଜମାନ୍ତି । ଫ୍ୟାନ୍‌ମାନଙ୍କୁ ଭେଟିବା ପାଇଁ ସଲମାନ ମଧ୍ୟ ନିଜ ଘର ବାଲକୋନିକୁ ଆସନ୍ତି । ହେଲେ ଏଥର କିନ୍ତୁ ଏହା ସମ୍ଭବ ହେବନି । ଚଳିତ ଇଦ୍ ଅବସରରେ ସଲମାନ ଆଉ ଦେଖାଦେବେନି ।
କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଘରେ ରହି ଇଦ୍ ପାଳିବେ ବୋଲି ନିକଟରେ ଏକ ସାକ୍ଷାତକାରରେ ସଲମାନ କହିଛନ୍ତି । ଏଥିସହ ଇଦ୍ ଦିନ ଘର ବାହାରେ ଭିଡ ନ ଜମାଇବା ପାଇଁ ଫ୍ୟାନ୍‌ମାନଙ୍କୁ ଅପିଲ କରିଛନ୍ତି । କାରଣ ସେ ଏ ବର୍ଷ ଇଦି ଦେଇପାରିବେ ନାହିଁ କି ତାଙ୍କୁ ଭେଟିବାକୁ ଆସିପାରିବେ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ରାଧେ” ରିଲିଜ ହୋଇଛି । ଓଟିଟି ପ୍ଲାଟଫର୍ମ ରିଲିଜ କରାଯାଇଛି । ସଲମାନ୍ ଖାନଙ୍କ ସହ ଫିଲ୍ମରେ ଦିଶା ପାଟନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’କୁ ସଲମାନ୍ ଫିଲ୍ମସ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି । ଫିଲ୍ମକୁ ଜୀ-୫ରେ ‘ପେ୍ ପର୍‌-ଭ୍ୟୁ ସର୍ଭିସ୍ ଜୀ ପ୍ଲେକ୍ସରେ ଦେଖି ହେବ ।

ପୂର୍ବରୁ କରୋନା ମାମଲା କମିଥିବା ଦେଖି ଫିଲ୍ମଟିକୁ ହଲ୍‌ରେ ରିଲିଜ କରିବା ପାଇଁ ସଲମାନ ଘୋଷଣା କରିଥିଲେ । କିନ୍ତୁ ପରେ ପୁଣି କରୋନା ମାମଲା ବଢ଼ିବା ଯୋଗୁଁ ଏହାକୁ ମକେର୍ସଙ୍କ ସହ ମିଶି ଏହାକୁ ଓଟିଟିରେ ରିଲିଜ କରାଯାଇଛି । ତେବେ ପରିସ୍ଥିତି ସ୍ୱାଭାବିକ ହେଲେ ଫିଲ୍ମଟିକୁ ପୁଣି ଥରେ ଥିଏଟରରେ ରିଲିଜ କରାଯିବ ବୋଲି ସଲମାନ ନିଜ ଫ୍ୟାନ୍‌ମାନଙ୍କୁ କହିଛନ୍ତି ।

The post ଇଦ୍‌ରେ ଦେଖାଦେବେନି ଭାଇଜାନ୍‌ appeared first on Odisha Reporter.



from Odisha Reporter https://ift.tt/3ohbfEX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages