କଟକ(ଓଡ଼ିଶା ରିପୋର୍ଟର): କାଳବୈଶାଖୀରେ କଟକ ନୂଆପଡ଼ା ବାଲିସାହି ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିବା ପୁଲିସ୍କୁ ଆକ୍ରମଣ କରିଥିବା ୬୭ ବସ୍ତିବାସିନ୍ଦାଙ୍କୁ ଗିରଫ କରିଛି ମଧୁପାଟଣା ପୁଲିସ୍।
CMC କର୍ମଚାରୀ, ପୁଲିସ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ପାଇଁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ୬୭ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ମହିଳା ଅଛନ୍ତି ।
ଗତ ମଙ୍ଗଳବାର ଘଣ୍ଟାଏର ଖଣ୍ଡପ୍ରଳୟରେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଥିଲେ କଟକ ବାଲିସାହିର ଅସ୍ଥାୟୀ ଟେଣ୍ଟରେ ଥିବା ବସ୍ତିବାସିନ୍ଦା । ଏହାକୁ ନେଇ ଉତ୍ତେଜନା ଦେଖାଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ୍।
କିନ୍ତୁ ବସ୍ତି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସ ସହ ଗାଡ଼ିକୁ ଢେଲା ପଥର ମାଡ଼ କରି ଏଭଳି ଭଙ୍ଗାରୁଜା କରିଥିଲେ ।
ସୂଚନାଯୋଗ୍ୟ, କଟକ ନୂଆପଡ଼ା ବାଲିସାହି ବସ୍ତିରେ କାଳବୈଶାଖି ଯୋଗୁ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା, ତାହାକୁ ନେଇ ସେଠାରେ ସୃଷ୍ଟି ହୋଇଥିବା ତୁମୁଳ କାଣ୍ଡକୁ ନେଇ ଜୋର ଧରିଛି ରାଜନୀତି।
The post ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ଘଟଣା, ବନ୍ଧା ହେଲେ ୬୭ appeared first on Odisha Reporter.
from Odisha Reporter https://ift.tt/3eGbwhy
No comments:
Post a Comment