ମୁମ୍ବାଇ: କରୋନା ମହାମାରୀ ଭିତରେ ପୁଣି ହସିବେ ଲୋକେ । ପୁଣି ଲାଗିବ କମେଡିର ତଡକା । ଖୁବଶୀଘ୍ର ଟିଭି ପରଦାକୁ ଫେରିବେ କମେଡି କିଙ୍ଗ କପିଲ ଶର୍ମା । ନୂଆ ସିଜିନ ସହ କପିଲ ଶର୍ମା ଶୋ’ ରିଟର୍ଣ୍ଣସ୍ କରିବ ।
ଟେଲି ଚକ୍କରର ରିପୋର୍ଟ ମୁତାବକ, ‘ଦ କପିଲ ଶର୍ମା ଶୋ’ ପୁଣି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇସାରିଛି । ଚଳିତ ଥର ଶୋ’କୁ ନୂଆ ଫର୍ମାଟ ଏବଂ ନୂଆ ଟିମ୍ ସହ ଲଞ୍ଚ କରାଯିବ । ଆସନ୍ତା ଜୁଲାଇ ୨୧ରୁ ଏହି ଶୋ’ ପୁଣିଥରେ ଟିଭି ପରଦାକୁ ଫେରିବ ।
ରିପୋର୍ଟ ମୁତାବକ, କପିଲ ଶର୍ମା ଗତ ମେ’ ୧୫ ତାରିଖରୁ ତାଙ୍କ ଟିମ୍ ସହ ସୁଟିଂ ଆରମ୍ଭ କରିସାରିଛନ୍ତି । ଚଳିତ ସିଜିନରେ ଅଧିକ କଳାକାର ଏବଂ ଲେଖକଙ୍କୁ ସୁଯୋଗ ଦିଆଯିବ । ତେବେ କପିଲଙ୍କ ଏହି ଶୋ’ରେ ପୂର୍ବ ପରି ଭାରତୀ ସିଂ, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଏବଂ କୃଷ୍ଣ ଅଭିଷେକ ରହିବେ।
ସୂଚନାନୁସାରେ ଦ୍ୱିତୀୟ ଥର ବାପା ହେବା ପରେ କିଛି ଦିନ ପାଇଁ କପିଲ ଶୋ’ରୁ ବ୍ରେକ ନେବା ପାଇଁ ନିଷ୍ପତି ନେଇଥିଲେ । ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିବା ପାଇଁ ଚାହୁଁଥିଲେ । ଏହି କାରଣ ଯୋଗୁଁ ତାଙ୍କ ଶୋ’କୁ ଅଫ-ଏୟାର କରାଯାଇଥିଲା।
View this post on Instagram
The post କମେଡି କିଙ୍ଗ କପିଲ ଶର୍ମା ରିଟର୍ଣ୍ଣସ୍ appeared first on Odisha Reporter.
from Odisha Reporter https://ift.tt/3vpXLcM
No comments:
Post a Comment