ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଭାରତରୁ ୭୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ବିମାନ ଆଜି ଅଷ୍ଟ୍ରେଲିଆରେ ଲ୍ୟାଣ୍ଡିଂ କରିଛି। କିଛି ଦିନ ତଳେ ଅଷ୍ଟ୍ରେଲିଆ ସରକାର ଭାରତରେ ସଂକ୍ରମଣ ବଢ଼ୁଥିବାରୁ ନିଜ ଦେଶର ଲୋକଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉପରେ ରୋକ ଲଗାଇଥିଲେ। ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଅଷ୍ଟ୍ରେଲିଆ ସରକାର କିଛି ଲୋକଙ୍କୁ ଭାରତରୁ ନିଜ ଦେଶକୁ ନେଇଛନ୍ତି।
ନୂଆଦିଲ୍ଲୀରୁ ୭୦ରୁ ଅଧିକ ଯାତ୍ରୀଙ୍କୁ ନେଇଯାଇଥିବା ବିମାନଟି ଆଜି ଡାରୱିନରେ ଲ୍ୟାଣ୍ତ କରିଛି। ତେବେ ବିମାନ କର୍ତ୍ତୃପକ୍ଷ ବୁକିଂ କରିଥିବା ଅନ୍ୟ ୭୨ ଜଣଙ୍କୁ ଭାରତରେ ହିଁ ଛାଡ଼ି ଦେଇଛନ୍ତି। କାରଣ ଏମାନଙ୍କ ମଧ୍ୟରୁ ୪୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାକି ଲୋକ ସେମାନଙ୍କ କଣ୍ଟାକ୍ଟରେ ଆସିଛନ୍ତି। ତେଣୁ ସେମାନଙ୍କୁ ବିମାନରେ କିମ୍ବା ସ୍ୱଦେଶ ଫେରିବାକୁ ଅନୁମତି ମିଳିନି।
ପ୍ରକୃତରେ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ୧୫୦ ଜଣ ଲୋକ ଯାତ୍ରା କରିବେ ବୋଲି ବୁକିଂ କରିଥିଲେ। ନିୟମ ଅନୁସାରେ, ବିମାନରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର କରୋନା ଟେଷ୍ଟ କରାଯିବ। ଯେଉଁମାନଙ୍କର ପଜିଟିଭ ଆସିବ ଓ ସେମାନଙ୍କ କଣ୍ଟାକ୍ଟରେ ଥିବା ଲୋକମାନଙ୍କୁ ଭାରତରେ ହିଁ ରହିବାକୁ ପଡ଼ିବ। ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ନ ଆସିଛି, ସେଯାଏ ସେମାନେ ଭାରତରେ ରହିବେ ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି।
ଏହାକୁ ଆଧାର କରି ବିମାନ କର୍ତ୍ତୃପକ୍ଷ ୭୨ ଜଣଙ୍କୁ ବିମାନରେ ପ୍ରବେଶ କରିବାକୁ ଅନୁମତି ଦେଇନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନେ ବିମାନରେ ଯାଇ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି, ସେମାନଙ୍କୁ ହୋୱାର୍ଡ ସ୍ପ୍ରିଙ୍ଗ୍ସରେ ଥିବା ସରକାରୀ କ୍ୱାରେଣ୍ଟାଇନରେ ୧୪ ଦିନ କାଳ ରହିବାକୁ ପଡ଼ିବ। ଏହାପରେ ସେମାନେ ନିଜ ନିଜ ଘରକୁ ଯାଇ ପାରିବେ।
The post ୭୨ ଜଣଙ୍କୁ ଭାରତରେ ଛାଡ଼ି ଅଷ୍ଟ୍ରେଲିଆରେ ପହଞ୍ଚିଲା ସ୍ୱତନ୍ତ୍ର ବିମାନ appeared first on Odisha Reporter.
from Odisha Reporter https://ift.tt/3w8HU2a
No comments:
Post a Comment