ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର; ଏସ୍ଓପି ଉଲ୍ଳଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର; ଏସ୍ଓପି ଉଲ୍ଳଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ପୁରୀ(ଓଡ଼ିଶା ରିପୋର୍ଟର): ଚନ୍ଦନ ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ  ପୂରା ଆକ୍ସନ ମୁଡରେ ଅଛି ପୁରୀ ପୁଲିସ୍‌। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୁରୀ ଏସ୍‌ପି କନଓ୍ୱର ବିଶାଳ ସିଂ ।

ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । କୋଭିଡ କଟକଣା ପାଳନ ପାଇଁ ୬ଟି ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଯାତ୍ରା ସହ ଜଡିତ ସେବାୟତ ଓ କର୍ମଚାରୀ ହିଁ କେବଳ ସାମିଲ ହେବେ । ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସ୍‌ପି, ୮ ଇନ୍ସପେକ୍ଟର, ୫୦  କନଷ୍ଟେବଲ, ୮ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଏସଓପି ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି ।

ଅପରପକ୍ଷେ, ଚନ୍ଦନଯାତ୍ରା ସହ ସମ୍ପୃକ୍ତ ସେବାୟତ ଓ ଅଧିକାରୀଙ୍କର ଶେଷ ହେଲା କୋଭିଡ୍ ଟେଷ୍ଟ । ୨୫୦ରୁ ଅଧିକ ସେବାୟତ ଓ କର୍ମଚାରୀଙ୍କର ଟେଷ୍ଟ କରାଯାଇଛି । ନେଗେଟିଭ୍ ବାହାରିଥିବା ସେବାୟତ ଓ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ପଜିଟିଭ୍ ଥିବା ସେବାୟତଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ପରାମର୍ଶ ଦିଆଯାଇଛି ।

୧୪୪ ଧାରା ଜାରି ଯୋଗୁଁ ପାସ୍ ଦିଆଯାଇଥିବା ସେବାୟତ ଓ କର୍ମଚାରୀଙ୍କ ସହାୟତାରେ ଚନ୍ଦନ ଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

The post ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର; ଏସ୍ଓପି ଉଲ୍ଳଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ appeared first on Odisha Reporter.



from Odisha Reporter https://ift.tt/33Mls30

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages