ବାତ୍ୟା ‘ୟାସ୍‌’ କଲା ପ୍ରଥମ ଶିକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ବାତ୍ୟା ‘ୟାସ୍‌’ କଲା ପ୍ରଥମ ଶିକାର!

ଆନନ୍ଦପୁର(ମୁନ୍ନା ସିଂ): ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଆଜି ସକାଳେ ଘଟିଛି ଅଘଟଣ। ଚାଲି ଚାଲି ଯାଉଥିବା ବେଳେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ ଏପରି ଦୁର୍ଘଟଣା ଘଟିଛି।

ନୂଆଗାଁ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ସକାଳେ ଚାଲି ଚାଲି ନିକଟସ୍ଥ ମଠକୁ ଯାଉଥିଲେ। ହଠାତ୍‌ ଗୋଟିଏ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ବାତ୍ୟା ୟାସ୍‌ ଏବେ ଧାମରାଠାରୁ ୪୦ କିମି ଦୂରରେ ରହିଛି। ଆଜି ଦିନ ୧୦ରୁ ୧୧ଟା ଭିତରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେବେ ବାତ୍ୟା ଲ୍ୟାଣ୍ଡଫଲ୍‌ ପୂର୍ବରୁ ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ବାତ୍ୟାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ମଧ୍ୟ ପଡ଼ିଛି। ଆଜି ସକାଳ ପରଠାରୁ ପବନର ବେଗ ବଢ଼ିଛି। ଏପରିକି ପ୍ରବଳ ବର୍ଷା ମଧ୍ୟ ହେଉଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି।

The post ବାତ୍ୟା ‘ୟାସ୍‌’ କଲା ପ୍ରଥମ ଶିକାର! appeared first on Odisha Reporter.



from Odisha Reporter https://ift.tt/34fRVir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages