ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ଓଡ଼ିଶାର ଧାମରା ନିକଟକୁ ଆଉ ଟିକଏ ମାଡ଼ିଛି। ଏବେ ଏହା ପୂର୍ବ ଧାମରା ଠାରୁ ୪୦ କିମି ଓ ବାଲେଶ୍ୱର ଠାରୁ ୯୦ କିମି ଦୂରରେ ରହିଛି। ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ବାତ୍ୟା ୟାସ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନାର ଘଣ୍ଟା ପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି।
ସ୍ଥଳ ଭାଗ ଆଡ଼କୁ ବାତ୍ୟା ୟାସ ଯେତିକି ଆଗକୁ ବଢ଼ୁଛି ପାରଦୀପ ଠାରୁ ଧାମରା ଯାଏ ପବନର ବେଗ ସେତିକି ବଢ଼ୁଛି। ଏଥିସହ ବର୍ଷାର ପରମାଣ ମଧ୍ୟ ବୃଦ୍ଧି ପାଉଛି। ବାତ୍ୟା ୟାସ୍ ଦିନ ୧୧ଟାରୁ ୧ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ। ପୂର୍ବରୁ ଲ୍ୟାଣ୍ଡଫଲ ବେଳେ ଏହାର ସର୍ବାଧିକ ବେଗ ୧୮୫ କିମି ରହିବ ବୋଲି କୁହାଯାଇଥିଲା। ହେଲେ ଏବେ ଏହା ୧୩୦ରୁ ୧୪୦ କିମିକୁ ଖସି ଆସିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
VERY SEVERE CYCLONIC STORM ‘YAAS’ CENTRED ABOUT 40 KM EAST OF DHAMRA AND 90 KM SOUTH-SOUTHEAST OF https://t.co/usAtM8ohaq CROSS NORTH ODISHA-WEST BENGAL COASTS TO THE NORTH OF DHAMRA AND SOUTH OF BALASORE NOON OF 26TH MAY AS A VSCS WITH WIND SPEED OF 130-140 KMPH. pic.twitter.com/UW0y8KfJRE
— India Meteorological Department (@Indiametdept) May 26, 2021
ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦିନ ୧୦ଟାରେ ବାତ୍ୟା ୟାସର ଲ୍ୟାଣ୍ଡଫଲ ଆରମ୍ଭ ହେବ। ଦିନ ୧୧ଟାରୁ ୧ଟା ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ। ଭୂପୃଷ୍ଠ ଛୁଇଁବା କ୍ଷଣି ୟାସ ଦୁର୍ବଳ ହେବା ଆରମ୍ଭ ହେବ। ବାଲେଶ୍ୱର ଜିଲ୍ଲାରେ ପବନର ବେଗ ସର୍ବାଧିକ ରହିବ। ପୂର୍ବରୁ ଆମେ ୧୫୫ରୁ ୧୬୫ କିମି ବେଗରେ ପବନ ବହିବ ବୋଲି କହିଥିଲୁ। କିନ୍ତୁ ଏବେ ଏହା ୧୩୦ରୁ ୧୪୦ କିମି ରହିବ।
ଏହାଠାରୁ ଅଧିକ ପବନ ଅନୁଭୂତ ହେବନାହିଁ। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିମି ରହିଛି। ଏବେ ଭଦ୍ରକ ଓ ବାଲେଶ୍ୱରେ ଘଣ୍ଟାପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହୁଛି। ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେଉଛି। ପୂର୍ବାହ୍ନ ପରେ ଜଗତସିଂହପୁରେ ବର୍ଷା କମିବ। ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅପରାହ୍ନ ପରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ଆଜି ଅପରାହ୍ନରୁ ରାତି ଯାଏ ମୟୂରଭଞ୍ଜରେ ବର୍ଷା ଓ ପବନ ଲାଗି ରହିବ। ଚାନ୍ଦବାଲିରେ ସର୍ବାଧିକ ୨୩ ସେମି ବର୍ଷା ରେକର୍ଡ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
The post ଏବେ ଧାମରା ଠାରୁ ୪୦ କିମି ଦୂରରେ ୟାସ, ଆକଳନ ବଦଳାଇଲା ପାଣିପାଗ appeared first on Odisha Reporter.
from Odisha Reporter https://ift.tt/34hQksh
No comments:
Post a Comment