ବିଶ୍ୱ ବଜାରରୁ ଟିକା ପାଇବ ତ ଓଡ଼ିଶା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ବିଶ୍ୱ ବଜାରରୁ ଟିକା ପାଇବ ତ ଓଡ଼ିଶା?

ଭୁବନେଶ୍ୱର: କରୋନାକୁ ଚେକ୍ ଦେବା ପାଇଁ ଟିକାକରଣ ହେଉଛି ଅମୋଘ ଅସ୍ତ୍ର। ତେଣୁ ରାଜ୍ୟ ସରକାର ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଅନୁମୋଦନ ଦେଇଛି। ମୋଟ୍ ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡାକିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ସଫଳ ବିଡିଂ ହେଲେ ମେ’ ୨୮ ପରେ ରାଜ୍ୟ ଟିକା କିଣିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯେଉଁ କମ୍ପାନୀ ବିଡିଂରେ ସଫଳ ହେବେ ସେମାନେ ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ ଟେଣ୍ଡରରେ କୁହାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଏବେ ଏହି ପ୍ରକ୍ରିୟା କେତେ ସଫଳ ହେବ ସେ ନେଇ ପ୍ରଶ୍ନ ଉଠିଛି। କାରଣ ଦିଲ୍ଲୀ, ପଞ୍ଜାବ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ କମ୍ପାନୀ ପାଖରୁ ସିଧାସଳଖ ଟିକା ଆଣିବାକୁ ଯାଇ ବିଫଳ ହୋଇଛନ୍ତି। ସଂପୃକ୍ତ ଦୁଇ କମ୍ପାନୀ କହିଛନ୍ତି ଆମେ ସିଧାସଳଖ ରାଜ୍ୟକୁ ଟିକା ଦେଇପାରିବୁ ନାହିଁ। ଯାହା ଦେବୁ କେନ୍ଦ୍ରକୁ ଦେବୁ। ତେଣୁ ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଟିକାକରଣ ନୀତିକୁ ନେଇ କଣ ହେବ ତାହା ଏବେ ପ୍ରଶ୍ନ ଘେରରେ।

 

ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶ ସରକାର ଟିକାକରଣ ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ଗ୍ରହଣ କରି ନାହାନ୍ତି। ଏହା ଫଳପ୍ରଦ ଆଇଡିଆ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି। ତେବେ ଓଡ଼ିଶା ସମେତ ପାଖାପାଖି ୧୦ରୁ ୧୧ ରାଜ୍ୟ ଟିକାକରଣ ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଥିବା ସୂଚନା ରହିଛି। ହେଲେ କୌଣସି କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ସାମିଲ୍ ହୋଇନଥିବା ଜଣାପଡ଼ିଛି।

ଟିକା ପାଇଁ ବିଡିଂ କରି ଦିଲ୍ଲୀ ନିରାଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସୋମବାର କହିଛନ୍ତି ତାଙ୍କ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ ଫାଇଜର ଓ ମୋର୍ଡେର୍ଣ୍ଣା କମ୍ପାନୀ ପାଖରୁ ସିଧାସଳଖ ଟିକା ଆଣିବାକୁ ଯୋଜନା କରିଥିଲା। ଏମିତିକି ସରକାର ଆଲୋଚନା ମଧ୍ୟ କରିଛନ୍ତି। ହେଲେ କମ୍ପାନୀ ସିଧାସଳଖ ରାଜ୍ୟକୁ ଟିକା ଦେଇପାରିବ ନାହିଁ ବୋଲି କହିଛି। କମ୍ପାନୀ ଟିକା ବାବଦରେ କେନ୍ଦ୍ର ସରକାରଙ୍କ ସହ କଥା ହେବ ବୋଲି କହିଛି।

ଟିକା ପାଇଁ ବିଡିଂ କରି ପଞ୍ଜାବ ନିରାଶ

ସେହିପରି ପଞ୍ଜାବ ସରକାର କହିଛନ୍ତି, ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ପଞ୍ଜାବ ସରକାରକୁ ସିଧାସଳଖ ଟିକା ଦେଇପାରିବନି ବୋଲି କହିଛି। ସେ ଯଦି ଟିକା ଦେବ ତାହେଲେ ଭାରତ ସରକାରକୁ ଦେବ ବୋଲି କମ୍ପାନୀ କହିଛି। ଅର୍ଥାତ୍ ସିଧାସଳଖ ଟିକା ପାଇଁ ଯଦିଓ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣିବାକୁ ହେଲେ କେନ୍ଦ୍ର ସହ ସମନ୍ୱୟ ରଖିବା ଦରକାର। ତେଣୁ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ଗ୍ଲୋବାଲ ଟେଣ୍ଡରରେ ବିଭିନ୍ନ ରାଜ୍ୟ କିଭଳି ଟିକା ପାଇବ ସେ ନେଇ କେନ୍ଦ୍ର ସରକାର ସହଯୋଗ କରିବା ଦରକାର।

ତିନି ଟିକା କମ୍ପାନୀ ସହ କଥା ହୋଇ କେନ୍ଦ୍ର ନିରାଶ!

ଅନ୍ୟପଟେ କେନ୍ଦ୍ର ସରକାର ଟିକା ନେଇ ଆମେରିକାର ତିନି ବିଶ୍ୱସ୍ତରୀୟ ଟିକା କମ୍ପାନୀ ଫାଇଜର, ମୋର୍ଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସହ କଥା ହୋଇଥିଲେ। ହେଲେ ତିନି କମ୍ପାନୀର ଉତ୍ତର କେନ୍ଦ୍ରକୁ ନିରାଶ କରିଛି।

ଦେଶର କୋଭିଡ୍ ଟାସ୍କ ଫୋର୍ସ କମିଟିର ଅଧ୍ୟକ୍ଷ ଡାକ୍ତର ଭିକେ ପାଲ କହିଛନ୍ତି, ଭାରତକୁ ଟିକା ଯୋଗାଇବା ପାଇଁ ସରକାର ‘ଆନୁଷ୍ଠାନିକ ଭାବେ’ ଫାଇଜର, ମୋର୍ଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ସହ କଥା ହୋଇଥିଲେ। ତିନି କମ୍ପାନୀ କହିଛନ୍ତି, ଏବେ ସେମାନଙ୍କ ପାଖରେ ଏତେ ପରିମାଣରେ ଟିକା ନାହିଁ, କି ତିଆରି କରିପାରିବାର କ୍ଷମତା ନାହିଁ। ତେଣୁ ଏ ପ୍ରସଙ୍ଗରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଆଲୋଚନା କରିବେ। ଅର୍ଥାତ ଚଳିତ ବର୍ଷର ଶେଷ ବେଳକୁ। ସରକାର ଆଶା କରୁଛନ୍ତି ଯେ ଏହି ତିନି ଟିକା କମ୍ପାନୀ ଘରୋଇ ଟିକା କମ୍ପାନୀକୁ ଟେକ୍ନୋଲୋଜି ଶେୟାର କରି ଟିକା ଉତ୍ପାଦନକୁ ବୃଦ୍ଧି କରିବେ।

ଭାରତ ଟିକା ପାଇଁ ବିଳମ୍ୱରେ ବିଡିଂ ଡାକିଛି: ଡାକ୍ତର ଗଗନଦୀପ କାଙ୍ଗ 

ଏହାବାଦ୍ ଟପ୍ ଭିରୋଲଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ କହିଛନ୍ତି, ବିଶ୍ୱର ଅନେକ ଦେଶ ବର୍ଷେ ହେବ ରିସ୍କ ନେଇ ଟିକା କିଣିବାରେ ନିୟୋଜିତ ଥିଲେ। ଗତ ବର୍ଷ ମାର୍ଚ୍ଚରୁ ଆମେରିକା ଟିକା ପାଇଁ ଅପରେସନ୍ ୱାର୍ପ ସ୍ପିଡ୍ ଆରମ୍ଭ କରିଥିଲା। ଅନେକ ଟିକା କମ୍ପାନୀ ଟିକାର କ୍ଲିନିକାଲ ଟ୍ରାଏଲ କରୁଥିବା ବେଳେ ଅନେକ ଦେଶ ଟିକା ନେବେ ବୋଲି ଆଗୁଆ ଅର୍ଡର କରିଦେଇଥିଲେ। ଭାରତ କିନ୍ତୁ ଆଗୁଆ ଟିକା ଆଣିବାକୁ ଅର୍ଡର କରିନି। ଏବେ ଅଭାବ ପଡ଼ିବା ପରେ ଅନ୍ତର୍ଜାତୀୟ ବଜାରରୁ ବହୁ ପରିମାଣରେ କୋଭିଡ ଟିକା କିଣିବା ପାଇଁ ଭାରତ ପ୍ରସ୍ତୁତ ହେଉଛି। ଯାହାକି ବହୁତ ବିଳମ୍ବ ହୋଇଛି ବୋଲି କାଙ୍ଗ କହିଛନ୍ତି।

ତେଣୁ ବିଭିନ୍ନ ରାଜ୍ୟ ସରକାର ଯେଉଁଭଳି ଭାବରେ ଗ୍ଲାବାଲ ଟେଣ୍ଡର କରି  ସଫଳ ହେବାକୁ ଚାହୁଁଥିଲେ ତାହା ଏକ ପ୍ରକାର ବିଫଳ ହୋଇଯାଇଛି ବୋଲି କୁହାଯାଇଛି। ଏବେ କିନ୍ତୁ ସେହି କମ୍ପାନୀ ଗୁଡ଼ିକୁ ଯଦି କେନ୍ଦ୍ର ସରକାର ଦେଶରେ ଟିକା କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା କରିବ ତାହେଲେ ଟିକା ଅଧିକରୁ ଅଧିକ ଉପଲବ୍ଧ ହୋଇପାରିବ। ଅନ୍ୟପଟେ କେନ୍ଦ୍ର ସରକାର କହିସାରିଛନ୍ତି ଜୁଲାଇ ରୁ ଡିସେମ୍ୱର ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକା ପ୍ରସ୍ତୁତ କରାଯିବ। ଯାହାକି ଚାହିଦା ପୂରଣ କରିବ। ସ୍ପୁଟନିକ ଭି ଟିକା ମଧ୍ୟ ଭାରତରେ ସୋମବାର ପାଖରୁ ଉତ୍ପାଦନ ଆରମ୍ଭ କରିସାରିଥିବା ସୂଚନା ରହିଛି।

The post ବିଶ୍ୱ ବଜାରରୁ ଟିକା ପାଇବ ତ ଓଡ଼ିଶା? appeared first on Odisha Reporter.



from Odisha Reporter https://ift.tt/3hPyJzM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages