ନୂଆଦିଲ୍ଲୀ: ଭାରତ ବାୟୋଟକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା ଜରୁରୀକାଳୀନ ଟିକା ଭାବରେ ବ୍ୟବହାର ହେଉଛି। ଏହି ଟିକା ଜରୁରୀକାଳୀନ ବ୍ୟବହାରରେ ତାଲିକାଭୁକ୍ତ ହେବା ଦରକାର। ଏନେଇ ସମସ୍ତ ତଥ୍ୟ ଭାରତ ବାୟୋଟେକକୁ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ମିଳିଥିବା ସୂଚନା ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓ୍ୱେବସାଇଟରେ ଭାରତ ବାୟୋଟେକ କୋଭାକ୍ସିନକୁ ନେଇ ଆବଶ୍ୟକ ଦସ୍ତାବିଜ ଏପ୍ରିଲ ୧୯ରେ ଦେଇଥିଲା। ଏବେ ଆହୁରି ଅଧିକ ଦସ୍ତାବିଜ ଦାବି କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।
ଏହାରି ଭିତରେ ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କୁ କହିଛନ୍ତି, କମ୍ପାନୀ ୯୦ ପ୍ରତିଶତ ଦସ୍ତାବିଜ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଦାଖଲ କରିଛି। ବାକି ୧୦ ପ୍ରତିଶତ ଜୁନ ସୁଦ୍ଧା ଦାଖଲ କରିବ। ତେବେ ମେ-ଜୁନ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତ ବାୟୋଟେକ ମଧ୍ୟରେ ଏକ ବୈଠକ ବସିଥିବା ସୂଚନା ରହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯଦି କୋଭାକ୍ସିନ ଆବଶ୍ୟକ ମାପଦଣ୍ଡ ପୂରଣ କରିବ ତାହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟାପକ ଭାବରେ ଏହି ଟିକାର ପରିଣାମ ପ୍ରକାଶ କରିବ। ଜରୁରୀକାଳୀନ ବ୍ୟବହାର ସୂଚକାଙ୍କ ପ୍ରକ୍ରିୟାର ଅବଧି ଟିକା ନିର୍ମାତା ଦ୍ୱାରା ଦାଖଲ ହୋଇଥିବା ତଥ୍ୟର ଗୁଣବତ୍ତା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରୁଥିବା ତଥ୍ୟ ଉପରେ ନିର୍ଭର କରେ।
କୋଭାକ୍ସିନ୍ ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ୍ ହେବା ପାଇଁ ଭାରତ ବାୟୋଟେକ ସହିତ ଏକ ବୈଠକ ହୋଇଥିଲା। ୭ଟି ଦେଶର ୧୧ଟି ଟିକା କମ୍ପାନୀ ଭାରତରେ ନିର୍ମିତ କରୋନା ଟିକାର ଟେକ୍ନୋଲଜିକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏବେ ୧୧ଟି ଦେଶରୁ କୋଭାକ୍ସିନ ନିୟାମକ ଅନୁମୋଦନ ଗ୍ରହଣ କରିସାରିଛି। ଏହା ସହିତ ଟେକ୍ନୋଲୋଜି ସ୍ଥାନାନ୍ତର ଏବଂ କୋଭାକ୍ସିନ୍ ଉତ୍ପାଦନ ପାଇଁ ୭ଟି ଦେଶର ୧୧ଟି କମ୍ପାନୀ ରାଜି ହୋଇଛନ୍ତି।
The post ଭାରତ ବାୟୋଟେକକୁ ଆବଶ୍ୟକ ତଥ୍ୟ ମାଗିଲା WHO appeared first on Odisha Reporter.
from Odisha Reporter https://ift.tt/3oLbVTg
No comments:
Post a Comment