କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ୨ ବନ୍ଧୁକ ସ୍ମଗଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 5, 2021

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ୨ ବନ୍ଧୁକ ସ୍ମଗଲର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ପଡ଼ିଛନ୍ତି ୨ ଜଣ ବନ୍ଧୁକ ସ୍ମଗଲର୍। ଭଦ୍ରକ ସହର ଉପକଣ୍ଠ ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ଏହି ୨ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି।

ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ରବୀନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର ବିଶ୍ୱନାଥ ବିଶୋଇ। ଏମାନେ ବିହାର ଆଦି ଅଞ୍ଚଳରୁ ବନ୍ଧୁକ ଆଣି ଅପରାଧୀ ମାନଙ୍କୁ ଦେଉଥିଲେ।

ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏପ୍ରିଲ ୯ ତାରିଖରେ ୮ ବନ୍ଧୁକ ସହ ଦୁଇ ଜଣ ବେପାରୀ ଗିରଫ ହୋଇଥିଲେ। ବର୍ଷକ ମଧ୍ୟରେ ୨୭ଟି ବନ୍ଧୁକ ଓ ୬୧ଟି ଗୁଳି ଜବତ କରିଛି ଏସ୍‌ଟିଏଫ୍‌।

ଅନ୍ୟପକ୍ଷରେ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍ କଟୁରୀ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛି। ଏମାନେ ୪ ମାସ ହେଲା ଦ୍ୱୈତନଗରୀରେ ଆତଙ୍କ ଖେଳାଇଥିଲେ।

The post କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ୨ ବନ୍ଧୁକ ସ୍ମଗଲର appeared first on Odisha Reporter.



from Odisha Reporter https://ift.tt/3eNfp2Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages