ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓ କଟକରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍।
ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ। ୪ ମାସ ହେଲା ଏମାନେ ଦ୍ୱୈତନଗରୀରେ ଛିନତାଇ ଓ ରାହାଜାନି କରୁଥିଲେ।
ବିଶେଷ କରି ମର୍ଣ୍ଣିଂ ଓ୍ୱାକ୍ରେ ଯାଉଥିବା ଓ ଏକୁଟିଆ ଯା’ଆସ କରୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ପଲସରରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରି ସେମାନଙ୍କ ପାଖରୁ ଅଳଙ୍କାର ଓ ଟଙ୍କା ଛଡ଼ାଇ ନେଉଥିଲେ।
ଏମିତି ଘଟଣା ବାରମ୍ବାର ଘଟିବା ପରେ କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍, ଖଣ୍ଡଗିରି ପୁଲିସ୍ ଓ ସହିଦନଗର ପୁଲିସ୍ ମିଳିତ ଭାବେ ଏହି ୫ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି।
ଗିରଫ ଅପରାଧୀମାନଙ୍କ ଠାରୁ ୧୯ଟି ସୁନା ଚେନ୍, ୬.୨ କିଲୋଗ୍ରାମ ଓଜନର ରୁପା ଅଳଙ୍କାର, ୧୩,୬୦୦ ଟଙ୍କା, ଗୋଟିଏ ପଲସର ବାଇକ୍, ହୋଣ୍ଡା ଆକ୍ଟିଭା ଓ କଟୁରୀ ଜବତ କରାଯାଇଛି।
ଗିରଫ ୫ ଅପରାଧୀ ଦ୍ୱୈତନଗରୀର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ୨୫ଟି ମାମଲାରେ ସଂଶ୍ଳିଷ୍ଟ ଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
The post ‘କଟୁରୀ ଗ୍ୟାଙ୍ଗ’ର ଖେଳ ଖତମ, ମର୍ଣ୍ଣିଂୱାକ୍ ବେଳେ କରୁଥିଲେ ଟାର୍ଗେଟ୍ appeared first on Odisha Reporter.
from Odisha Reporter https://ift.tt/3ulPg21
No comments:
Post a Comment