ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଡକାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଡକାଇଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଯୋଗ ନଦେବା ଏବଂ ତାଙ୍କୁ ୩୦ ମିନିଟ୍ ଅପେକ୍ଷା କରିବା ମହଙ୍ଗା ପଡ଼ିଛି ପଶ୍ଚିମବଙ୍ଗର ଆଇଏଏସ ଆଲପନ ବନ୍ଦୋପାଧ୍ୟାୟଙ୍କୁ। ଶୁକ୍ରବାର କେନ୍ଦ୍ର ସରକାର ଏହି ବରିଷ୍ଠ ଆଇଏଏସଙ୍କୁ ମେ ୩୧ ସକାଳ ସୁଦ୍ଧା ଦିଲ୍ଲୀରେ ଆସି ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରକୁ ଏକ ଚିଠି ଲେଖି ଆଲପନ ବନ୍ଦୋପାଧ୍ୟାୟଙ୍କୁ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ କହିଛନ୍ତି। ଆଇଏଏସ ନିୟମ ୧୯୫୪ର ନିୟମ ୬ (୧) ଅନୁଯାୟୀ ଏହି ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ର କହିଛି।

ବାତ୍ୟା ୟାସରେ ପ୍ରଭାବିତ ଲୋକ ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକକୁ ନେଇ ବିବାଦ ପରେ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଅଧିକାରୀ ୩୦ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ। ଏହାପରେ ମମତା ଏବଂ ମୁଖ୍ୟ ଶାସନ ସଚିବ ମୋଦିଙ୍କ ପାଖକୁ ଆସି ୨୦ ହଜାର କୋଟି ଟଙ୍କାର ସହାୟତା ରାଶି ଦାବି କରିଥିଲେ। ପରେ ଉଭୟ ବୈଠକ ଛାଡି ପଳାଇଥିଲେ। ଏହାପରେ କେନ୍ଦ୍ର ସରକାର ସଂପୃକ୍ତ ଆଇଏଏସଙ୍କୁ ପର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟରେ ଯୋଗ ଦେବାକୁ କହିଛନ୍ତି। ନିକଟରେ ଏହି ଆଇଏଏସଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ହେଲେ ମମତା ବାନାର୍ଜୀ ଆଲପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳକୁ ଆଉ ୪ ମାସ ବଢ଼ାଇ ଦେଇଥିଲେ। ଆଲପନ ବନ୍ଦୋପାଧ୍ୟାୟ ମମତାଙ୍କ ନିକଟତମ ବ୍ୟକ୍ତି।

ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରୟ କହିଛନ୍ତି ଯେ ସ୍ୱାଧୀନ ଭାରତ ଇତିହାସରେ ଏହା ପ୍ରଥମ ଘଟଣା କେନ୍ଦ୍ରୀୟ ଡେପୁଟେସନ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବକୁ ବାଧ୍ୟ କରାଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିବା ଠିକ୍ ହୋଇନି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ପିଏମ୍ ଓ ସିଏମ ଦୁଇ ଜଣ ସଂସ୍ଥା। ବାତ୍ୟା ବେଳେ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବା ଦରକାର। ରାଜନାଥ ସିଂହ କହିଛନ୍ତି ଏହା ଦୁର୍ଭାଗ୍ୟଜନକ। ମମତାଙ୍କ ବ୍ୟବହାର ଗ୍ରହଣୀୟ ନୁହେଁ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ମମତାଙ୍କ ବ୍ୟବହାର କେବେ ବି ଗ୍ରହଣୀୟ ନୁହେଁ। ମୋଦି ଦେଶର ପ୍ରଧାନମନ୍ତ୍ରୀ। ମମତା ଯେଉଁ ବ୍ୟବହାର ତାଙ୍କୁ ଦେଖାଇଛନ୍ତି ତାହା ବେଙ୍ଗଲବାସୀଙ୍କ ପାଇଁ ଅପମାନ।

The post ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଡକାଇଲା appeared first on Odisha Reporter.



from Odisha Reporter https://ift.tt/3vyXch1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages