ଥାନେ: କୋଠା ଭୁଶୁଡ଼ିବାରୁ ୭ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଉଲ୍ହାସନଗରରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ରାତି ୯ଟା ସମୟରେ ହଠାତ୍ କେଠାଟି ଭୁଶୁଡିବା ଆରମ୍ଭ କରିଥିଲା। ଏହାପରେ କୋଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପ୍ରାଣବିକଳରେ ଏଣେତେଣେ ଦୌଡ଼ି ପଳାଇଥିଲେ।
ସ୍ଥାନୀୟ ଲୋକମାନ ଏହାକୁ ନେଇ ଦମକଳ ବିଭାଗକୁ ଖବର ଦେବା ପରେ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ କୋଠା ଭିତରେ ଫସି ହୋଇ ରହିଥିବା ଲୋକଙ୍କୁ ବାହାରକୁ ବାହର କରିଥିଲେ ଉଦ୍ଧାରକାରୀ ଟିମ୍। ଏଯାବତ ୭ ଲୋକଙ୍କ ମୃତ ଶରୀର ବାହାର କରାଯାଇଛି। ଅନେକ ଲୋକ ଫସି ହୋଇ ରହିଥିବା ସୂଚନା ରହିଛି।
#UPDATE | The death toll in Ulhasnagar building mishap rises to seven, according to Thane Municipal Corporation
— ANI (@ANI) May 28, 2021
ସୂଚନାଯୋଗ୍ୟ, ଏହି କୋଠାଟିର ଗ୍ରାଉଣ୍ଡ ଫ୍ଲୋର ଉପରେ ୫ଟି ମହଲା ଥିଲା। ମଝି ଭାଗରେ ଛାତ ଏବଂ କାନ୍ଥ ଖସିବା ଆରମ୍ଭ କରିବାରୁ ଏହି ଦୁର୍ଘଟଣା ଘଟିଛି।
The post କୋଠା ଭୁଶୁଡି ୭ ମୃତ appeared first on Odisha Reporter.
from Odisha Reporter https://ift.tt/3wGf6hN
No comments:
Post a Comment