କରୋନାରେ ଚାଲିଗଲା ମନ୍ତ୍ରୀ ବିଜୟ କଶ୍ୟପଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

କରୋନାରେ ଚାଲିଗଲା ମନ୍ତ୍ରୀ ବିଜୟ କଶ୍ୟପଙ୍କ ଜୀବନ

ଲକ୍ଷ୍ନୌ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପ। ସେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ମୁଜାଫରନଗରର ଛରଥୱାଲ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବା ୫୬ ବର୍ଷୀୟ କଶ୍ୟପ କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।

ସବୁଠାରୁ ଦୁଃଖର କଥା ହେଉଛି, ସେ ଉତ୍ତର ପ୍ରଦେଶର ତୃତୀୟ କାର୍ଯ୍ୟରତ ମନ୍ତ୍ରୀ ଯିଏ କରୋନାରେ ଆଖି ବୁଜିଛନ୍ତି। ଗତବର୍ଷ ମନ୍ତ୍ରୀ କମଲ ରାଣୀ ବରୁଣ ଓ ଚେତନ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେହିପରି ରାଜ୍ୟର ୫ମ ବିଧାୟକ ଭାବେ ବିଜୟଙ୍କ କରୋନାରେ ଦେହାନ୍ତ ହୋଇଛି।

ପୂର୍ବରୁ ସାଲୋନର ବିଧାୟକ ଦଲ ବାହାଦୂର କୋରି, ନବାବଗଞ୍ଜର କେଶରୀ ସିଂହ ଗଙ୍ଗୱାର, ଅଉରାଇୟାର ରମେଶ ଦିୱାକର ଓ ପଶ୍ଚିମ ଲକ୍ଷ୍ନୌର ସୁରେଶ କୁମାର ଶ୍ରୀବାସ୍ତବ କରୋନାରେ ପ୍ରାଣ ହରାଇଥିଲେ।


ମନ୍ତ୍ରୀ ବିଜୟ କଶ୍ୟପଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବିଜେପି ନେତା ଓ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପଜୀଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ। ସେ ମାଟି ସହ ଜଡ଼ିତ ଥିବା ଜଣେ ନେତା ଥିଲେ। ସେ ସବୁବେଳେ ଲୋକଙ୍କ ସେବା କରୁଥିଲେ। ଶୋକର ଏହି ମୁହୂର୍ତ୍ତରେ ତାଙ୍କ ପରିଜନ ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି।”

ମୋଦିଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

The post କରୋନାରେ ଚାଲିଗଲା ମନ୍ତ୍ରୀ ବିଜୟ କଶ୍ୟପଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3bC7pBi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages