୧.୩ ଲକ୍ଷ ଟଙ୍କାରେ ସ୍ପୁଟନିକ-ଭିର ଡବଲ ଡୋଜ୍‌ ସହ ୨୪ ଦିନିଆ ରୁଷ ଭ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

୧.୩ ଲକ୍ଷ ଟଙ୍କାରେ ସ୍ପୁଟନିକ-ଭିର ଡବଲ ଡୋଜ୍‌ ସହ ୨୪ ଦିନିଆ ରୁଷ ଭ୍ରମଣ

ମୁମ୍ବାଇ: ଭାରତରେ ଏବେ ଭ୍ୟାକସିନ ଟୁରିଜିମର ଚାହିଦା ବଢ଼ିବାରେ ଲାଗିଛି। ଆପଣ ଭାବୁଥିବେ ଭ୍ୟାକସିନ ଟୁରିଜିମ କ’ଣ? ଏହାର ଅର୍ଥ ହେଉଛି କିଛି ନିର୍ଦ୍ଦିଷ୍ଟ ଟଙ୍କା ଦେଇ ଲୋକମାନେ ଭାରତରୁ ବିଦେଶକୁ ଯିବେ। ସେଠାରେ ସେମାନଙ୍କୁ କରୋନା ଟିକା ଦିଆଯିବା ସହ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଅନୁମତି ମିଳିବ।

ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏବେ ଭାରତରେ ଏହାର ଚାହିଦା ବଢ଼ିଛି। ସମସ୍ତେ ରୁଷ ଯିବାକୁ ଚାହୁଁଛନ୍ତି। ଦିଲ୍ଲୀରେ ଅବସ୍ଥାପିତ ଗୋଟିଏ ଟ୍ରାଭେଲ ଏଜେନ୍ସି ଭାରତୀୟଙ୍କୁ ଏହି ଟୁରିଜିମ ପ୍ୟାକେଜ ଯୋଗାଇ ଦେଉଛି। ଏହି ପ୍ୟାକେଜର ଦାମ ୧.୩ ଲକ୍ଷ ଟଙ୍କା। ୨୪ ଦିନିଆ ପ୍ୟାକେଜରେ ଜଣେ ବ୍ୟକ୍ତି ରୁଷ ଗସ୍ତ କରିବେ।

ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ପୁଟନିକ-ଭିର ପ୍ରଥମ ଡୋଜ୍‌ ଦିଆଯିବ। ସେ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ସହ ୨୧ ଦିନ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବେ। ପ୍ୟାକେଜ୍ ଅନୁଯାୟୀ, ଲୋକମାନଙ୍କୁ ଖାଦ୍ୟ ଓ ରହିବାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।

ସେବା ଯୋଗାଉଥିବା ଟ୍ରାଭେଲ ଏଜେନ୍ସି କହିଛି, ମସ୍କୋରେ ପହଞ୍ଚିବା କ୍ଷଣି ହିଁ ଟିକାର ପ୍ରଥମ ଡୋଜ୍‌ ଦିଆଯିବ। ପ୍ରଥମ ଦଫାରେ ଗୁରୁଗ୍ରାମର ପ୍ରାୟ ୩୦ ଜଣ ଡାକ୍ତର ମେ’ ୧୫ ତାରିଖରେ ରୁଷ ଗସ୍ତ କରିଥିଲେ। ସେମାନେ ସେଠାରେ ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ଦ୍ୱିତୀୟ ବ୍ୟାଚ୍‌ର ଲୋକମାନେ ମେ’ ୨୯ରେ ଗସ୍ତ କରିବେ। ଏଥିପାଇଁ ବୁକିଂ ଶେଷ ହୋଇଯାଇଥିବା ବେଳେ ଏଥିରେ ଅଧିକାଂଶ ଦିଲ୍ଲୀର ଡାକ୍ତର ଅଛନ୍ତି।

ଜୁନ୍‌ ମାସରେ ଆଉ ଗୋଟିଏ ଗ୍ରୁପ୍‌ ରୁଷ ଯିବ। ଭ୍ୟାକସିନ ଟୁରିଜିମ ଗ୍ରହଣ କରୁଥିବା ଲୋକମାନେ ୩ ଦିନ ସେଣ୍ଟ ପିଟର୍ସବର୍ଗ କାଟିଥିବା ବେଳେ ବାକି ଦିନଗୁଡ଼ିକ ମସ୍କୋରେ ଅତିବାହିତ କରୁଛନ୍ତି। ଏହି ପ୍ୟାକେଜ୍‌ରେ ବିମାନ ଖର୍ଚ୍ଚ, ବ୍ରେକଫାଷ୍ଟ, ଡିନର ଓ ସ୍ଥାନୀୟ ଦର୍ଶନୀୟ ସ୍ଥାନର ଭ୍ରମଣ ସୁବିଧା ରହିଛି। ଭିସା ଫି’ ବାବଦରେ ୧୦ ହଜାର ଟଙ୍କାକୁ ଏଥିରେ ସାମିଲ କରାଯାଇନାହିଁ।

ଗତବର୍ଷ ନଭେମ୍ବରରେ ମୁମ୍ବାଇ ସ୍ଥିତ ଗୋଟିଏ ଟ୍ରାଭେଲ ଏଜେନ୍ସି ଭ୍ୟାକସିନ ଭ୍ୟାକେସନ ସମ୍ପର୍କରେ ଘୋଷଣା କରିଥିଲା। ଏହି ଘୋଷଣା ଅନୁଯାୟୀ, ୧.୭ ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତି ୪ ଦିନ ଆମେରିକା ଗସ୍ତରେ ଯାଇପାରିବ। ସେଠାରେ ଫାଇଜର ଟିକାର ଶଟ୍‌ ଦିଆଯିବ।

The post ୧.୩ ଲକ୍ଷ ଟଙ୍କାରେ ସ୍ପୁଟନିକ-ଭିର ଡବଲ ଡୋଜ୍‌ ସହ ୨୪ ଦିନିଆ ରୁଷ ଭ୍ରମଣ appeared first on Odisha Reporter.



from Odisha Reporter https://ift.tt/33XN98R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages