କରୋନା ରିପୋର୍ଟ ନେଗେଟିଭ୍; ତଥାପି ୨୨ ଦିନରେ ଗଲାଣି ଗୋଟିଏ ପରିବାରର ୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 5, 2021

କରୋନା ରିପୋର୍ଟ ନେଗେଟିଭ୍; ତଥାପି ୨୨ ଦିନରେ ଗଲାଣି ଗୋଟିଏ ପରିବାରର ୫ ଜୀବନ

ଲକ୍ଷ୍ନୌ: ୨୨ ଦିନରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ପାଖରେ କୋଭିଡର ଲକ୍ଷଣ ରହିଛି। କିନ୍ତୁ ଆଣ୍ଟିଜେନ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଦେଖାଇଥିଲା। ତେଣୁ ପରିବାର ଲୋକେ କହିଛନ୍ତି ସେମାନଙ୍କୁ କରୋନା ହୋଇନଥିଲା। ୟୁପିର ଗୋଣ୍ଡା ଜିଲ୍ଲା ଚକ୍ରଉତା ଗାଁରେ ଥିବା ଅଞ୍ଜନି ଶ୍ରୀବାସ୍ତବଙ୍କ ପରିବାରରେ ଏହି ଅଭାବନୀୟ ଘଟଣା ଘଟିଛି।

ପ୍ରଥମେ ଅଞ୍ଜନିଙ୍କ ବଡ ଭାଇ ହନୁମାନ ପ୍ରସାଦଙ୍କର ଏପ୍ରିଲ ୨ରେ ଦେହାନ୍ତ ହୋଇଥିଲା। ପରିବାର ସୂତ୍ରରୁ ପ୍ରକାଶ ଯେ ହନୁମାନ ପ୍ରସାଦଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ହେଲେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏପ୍ରିଲ ୧୪ରେ ଅଞ୍ଜନିଙ୍କ ୭୫ ବର୍ଷ ବୟସ୍କା ମା’ ମାଧୁରୀ ଦେବୀଙ୍କର ଦେହାନ୍ତ ହୋଇଛି। ପରିବାର ଲୋକ ଦାବି କରିଛନ୍ତି ଯେ ସେ ତାଙ୍କ ବଡ ପୁଅର ଦେହାନ୍ତ ଖବର ଶୁଣି ସେ ମାନସିକ ସ୍ଥିତି ହରାଇଥିଲେ। ଆଉ ଶେଷରେ ସେ ପ୍ରାଣ ହରାଇଛନ୍ତି।

ମାଧୁରୀ ଦେବୀଙ୍କ ନାତି ସୌରଭ ପ୍ରୟାଗରାଜରେ ପାଠ ପଢ଼ନ୍ତି। ଜେଜେମା’ଙ୍କ ମୃତ୍ୟୁ ଖବର ଶୁଣି ସେ ଘରକୁ ଆସିଥିଲେ। ଏହାପରେ ସେ ଜଣ୍ଡିସରେ ପୀଡିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟା ଅବସ୍ଥା ବିଗିଡିଯିବା ପରେ ତାଙ୍କୁ ଗୋଣ୍ଡାର ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ତେବେ ଏପ୍ରିଲ ୧୬ରେ ତାଙ୍କର ଦେହାନ୍ତ ହୋଇଛି।

ସେହିପରି ପୁଅର ଦେହାନ୍ତ ପରେ ସୌରଭଙ୍କ ପିତାମାତା ଅସୁସ୍ଥ ହୋଇପଡିଥିଲେ ଏବଂ ଉଭୟଙ୍କୁ ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଅକ୍ସିଜେନ ସହାୟତା ଦିଆଯାଇଥିଲା କିନ୍ତୁ ଏପ୍ରିଲ ୨୨ରେ ମା ଉଷା ଶ୍ରୀବାସ୍ତବଙ୍କର ୪୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ତାଙ୍କ ସ୍ୱାମୀ ଅଶ୍ୱିନୀ ଶ୍ରୀବାସ୍ତବଙ୍କର ୪୫ ବର୍ଷ ବୟସରେ ଏପ୍ରିଲ୍ ୨୪ରେ ଦେହାନ୍ତ ହୋଇଛି। ଉଭୟଙ୍କର ଜ୍ୱର ଅଧିକ ଥିଲା କିନ୍ତୁ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା।

ଏହି ଘଟଣା ସ୍ଥାନୀୟ ବିଜେପି ନେତାଙ୍କ କାନରେ ପଡ଼ିବା ପରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଆଉ ତଦନ୍ତ କରିବାକୁ କହିଥିଲେ। ଆଉ ଜିଲ୍ଲା ଅଧିକାରୀ ଅଞ୍ଜନି ଶ୍ରୀବାସ୍ତବଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ସେ କହିଥିଲେ ପରିବାର ସଦସ୍ୟଙ୍କର ସ୍ୱାଭାବିକ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି ଯେ ପରିବାର ଲୋକେ କୋଭିଡ ମହାମାରୀ ଦାଗ ତାଙ୍କ ପରିବାର ଉପରେ ନଲାଗୁ ବୋଲି ଚାହୁଁଛନ୍ତି। ତେଣୁ ପରିବାରର ପାଞ୍ଚ ସଦସ୍ୟଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି କହୁଛନ୍ତି। ଯେହେତୁ ମୃତକଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଥିଲା ତେଣୁ ସ୍ଥାନୀୟ ବାସିନ୍ଦା କିଛି କହିନଥିଲେ ବୋଲି ଜଣାପଡ଼ିଛି।

The post କରୋନା ରିପୋର୍ଟ ନେଗେଟିଭ୍; ତଥାପି ୨୨ ଦିନରେ ଗଲାଣି ଗୋଟିଏ ପରିବାରର ୫ ଜୀବନ appeared first on Odisha Reporter.



from Odisha Reporter https://ift.tt/33gTBHX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages