ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କରୋନା ସହ ଲଢ଼େଇରେ ହାରି ଯାଇ ଆଖି ବୁଜିଛନ୍ତି CRPF ଡିଆଇଜି ସୁନୀଲ କୁମାର ପାର୍ଥ। DIGଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର CRPF ଗ୍ରୁପ ସେଣ୍ଟରର DIG ଥିବା ସୁନୀଲ କୁମାର ପାର୍ଥ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ସେଠାରେ କ୍ରମଶଃ ସୁସ୍ଥ ହୋଇ ଆସୁଥିଲେ ମଧ୍ୟ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ଏହାପରେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ଆଖି ବୁଜିଥିବା ଜଣାଯାଇଛି।
ଖବର ପାଇ ପରିବାର ଲୋକ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ଜଣାଯାଇଛି। କୋଭିଡ ଗାଇଡଲାଇନ୍ ଅନୁଯାୟୀ, ଆଜି ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ସମ୍ପୂର୍ଣ୍ଣ ରୀତିନୀତିରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ।
The post କରୋନାଠୁ ହାରିଗଲେ CRPF ଡିଆଇଜି ସୁନୀଲ କୁମାର ପାର୍ଥ appeared first on Odisha Reporter.
from Odisha Reporter https://ift.tt/2QWOji8
No comments:
Post a Comment