କିଏ ଗଢ଼ିବ ସରକାର? ଆଉ କିଛି ସମୟରେ ଆରମ୍ଭ ହେବ ଭୋଟ ଗଣତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

କିଏ ଗଢ଼ିବ ସରକାର? ଆଉ କିଛି ସମୟରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଶେଷ ହୋଇଥିବା ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳ ୮ଟାରୁ ଇଭିଏମ ଖୋଲିବା ସହ ଭୋଟ ଗଣତି ଆରମ୍ଭ ହେବ। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପୁଡୁଚେରୀରେ କିଏ ବାଜିମାତ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଥିଲା। ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ସରକାର ଗଠନ କରିବେ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି। ସେହିପରି ଆଉ କିଛି ସଂସ୍ଥା ବିଜେପି ସପକ୍ଷରେ ଜନମତ ଯିବ ବୋଲି ପୂର୍ବାନୁମାନ କରିଛନ୍ତି।

ତାମିଲନାଡୁ କଥା ଦେଖିଲେ ଏମକେ ଷ୍ଟାଲିନଙ୍କ ଡିଏମକେ ଏଥର କ୍ଷମତାକୁ ଫେରିବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି। ଯଦି ଏହା ସତ ହେଲା, ତା’ହେଲେ ଦିବଗଂତ ନେତା ଜୟଲଳିତାଙ୍କ ଏମଆଇଏଡିଏମକେ ଗାଦିଚ୍ୟୁତ ହେବ। କେରଳରେ ଏଲଡିଏଫ ପୁଣି ସରକାର ଗଠନ କରିବ ଓ ଆସାମରେ ବିଜେପି କ୍ଷମତା ବଜାୟୀ ରଖିବ ବୋଲି ଏକଜିଟ ପୋଲରୁ ଏକ ପ୍ରକାରର ସ୍ପଷ୍ଟ ହୋଇଛି। ପୁଡୁଚେରୀରେ କଂଗ୍ରେସକୁ ଶକ୍ତ ଝଟକା ଲାଗିପାରେ। କାରଣ ଏଠାରେ ବିଜେପି ମେଣ୍ଟ କ୍ଷମତା ଦଖଲ କରିବ ବୋଲି ଏକଜିଟ୍‌ ପୋଲରେ କୁହାଯାଇଛି।

ପଶ୍ଚିମବଙ୍ଗ ବିଧାନସଭାର ଆସନ ସଂଖ୍ୟା ୨୯୪ ହୋଇଥିବା ବେଳେ ୨ଟି ଆସନରେ ଭୋଟିଂ ସ୍ଥଗିତ ରଖାଯାଇଛି। ଏହାର ଅର୍ଥ ଆଜି ୨୯୨ଟି ଆସନ ପାଇଁ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ସେହିପରି ତାମିଲନାଡୁ ବିଧାନସଭାର ଆସନ ସଂଖ୍ୟା ୨୩୪, ଆସାମର ୧୨୬, କେରଳ ୧୪୦ ଓ ପୁଡୁଚେରୀ ବିଧାନସଭା ଆସନ ସଂଖ୍ୟା ହେଉଛି ୩୦।

The post କିଏ ଗଢ଼ିବ ସରକାର? ଆଉ କିଛି ସମୟରେ ଆରମ୍ଭ ହେବ ଭୋଟ ଗଣତି appeared first on Odisha Reporter.



from Odisha Reporter https://ift.tt/3tcxcFY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages