ପ୍ରଥମ ଦିନରେ ୧୮ରୁ ୪୪ ବର୍ଷ ବର୍ଗର କେତେ ଲୋକ ଟିକା ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ପ୍ରଥମ ଦିନରେ ୧୮ରୁ ୪୪ ବର୍ଷ ବର୍ଗର କେତେ ଲୋକ ଟିକା ନେଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଦେଶରେ ମେ’ ୧ରୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ ଟିକାର ଅଭାବ ରହିଥିବାରୁ ଠିକ୍‌ ଭାବେ ଗତକାଲି ଠାରୁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ହୋଇନାହିଁ। ତଥାପି କିଛି ରାଜ୍ୟରେ ପରୀକ୍ଷାମୂଳକ ଭାବେ ଲୋକଙ୍କୁ ଟିକା ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଥମ ଦିନରେ ୮୪,୫୯୯ ଜଣ ପ୍ରାପ୍ତ ବୟସ୍କଙ୍କୁ ଟିକାର ଡୋଜ୍ ଦିଆଯାଇଛି। ସେହିପରି ଶନିବାର ରାତି ୮ଟା ସୁଦ୍ଧା ମୋଟ ୧୬,୪୮,୧୯୨ ଜଣଙ୍କ ଟିକାକରଣ କରାଯାଇଛି। ୯,୮୯,୭୦୦ ଜଣ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ବେଳେ ୬.୫୮ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇଛନ୍ତି।

ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏଯାଏ ମୋଟ ୧୬.୬୬ କୋଟି ଲୋକଙ୍କୁ ଟିକା ଦିଆଗଲାଣି। ଏମାନଙ୍କ ମଧ୍ୟରେ ୯୪.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୬୨.୬୫ ଲକ୍ଷ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୧.୨୬ କୋଟି ସମ୍ମୁଖଯୋଦ୍ଧା ପ୍ରଥମ ଡୋଜ୍‌ ଓ ୬୮.୭୮ ଲକ୍ଷ ଦ୍ୱତୀୟ ଡୋଜ୍‌ ନେଇଛନ୍ତି।

୪୫ରୁ ୬୦ ବର୍ଷ ବର୍ଗରେ ଥିବା ଲୋକଙ୍କ ମଧ୍ୟରୁ ୫.୩୩ କୋଟି ଲୋକ ଟିକାର ପ୍ରଥମ ଡୋଜ୍ ନେଇଥିବା ବେଳେ ୪୦ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୫.୨୬ କୋଟି ଲୋକଙ୍କ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୧.୧୪ ହିତାଧିକାରୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

The post ପ୍ରଥମ ଦିନରେ ୧୮ରୁ ୪୪ ବର୍ଷ ବର୍ଗର କେତେ ଲୋକ ଟିକା ନେଲେ appeared first on Odisha Reporter.



from Odisha Reporter https://ift.tt/2PFheGL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages