ତିନି ଦିନ ହେଲା ଅନୁଗୋଳରୁ ଆସୁଛି ସର୍ବାଧିକ କରୋନା ମୃତ୍ୟୁ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

ତିନି ଦିନ ହେଲା ଅନୁଗୋଳରୁ ଆସୁଛି ସର୍ବାଧିକ କରୋନା ମୃତ୍ୟୁ ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି।

ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜିକୁ ମିଶାଇ ତିନି ଦିନ ହେଲା ଏହି ଜିଲ୍ଲାରୁ ସର୍ବାଧିକ କରୋନା ମୃତ୍ୟୁ ରିପୋର୍ଟ ଆସୁଛି। ମେ’ ୨୮ ଓ ମେ’ ୨୭ ତାରିଖରେ ଆସିଥିବା ରିପୋର୍ଟରେ ମଧ୍ୟ ଏଠାରେ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିଲା। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୯ରେ ପହଞ୍ଚି ଯାଇଛି।

ଆଜିର ରିପୋର୍ଟ ଅନୁଯାୟୀ, ୩୫ ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଓ ଏକ ଶିଶୁ ପୁତ୍ର ଅଛନ୍ତି। ଏହି ଶିଶୁ ପୁତ୍ରଟିକୁ ୪ ବର୍ଷ ହୋଇଥିଲା ଓ ସେ କରୋପୁଟର ବାସିନ୍ଦା ଥିଲେ।

କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା, ସୁନ୍ଦରଗଡ଼, ନବରଙ୍ଗପୁର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ବୌଦ୍ଧ, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କଟକ, ମାଲକାନଗିରି, ସମ୍ବଲପୁର ଓ ସୋନପୁରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ନୂଆ ମାମଲା ଆସିବା ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬୩କୁ ବୃଦ୍ଧି ପାଇଥିବା ବେଳେ ସୁନ୍ଦରଗଡ଼ରେ ୨୬୨, ବୌଦ୍ଧରେ ୩୯, କଟକରେ ୧୫୬, ଜଗତସିଂହପୁରରେ ୪୪, ଝାରସୁଗୁଡ଼ାରେ ୪୯, କଳାହାଣ୍ଡିରେ ୧୦୬, କୋରାପୁଟରେ ୪୦, ମାଲକାନଗିରିରେ ୩୦, ନବରଙ୍ଗପୁରରେ ୨୯, ରାୟଗଡ଼ାରେ ୧୦୬, ସମ୍ବଲପୁରରେ ୮୯ ଓ ସୋନପୁରରେ ୨୮କୁ ବୃଦ୍ଧି ପାଇଛି।

ଆଜିର ରିପୋର୍ଟକୁ ମିଶାଇ ୬ ଦିନ ମଧ୍ୟରେ ରାଜ୍ୟରେ ୨୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୦୨୬ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୩୧୬୨ଟି ହେଉଛି ଲୋକାଲ୍ କେସ୍‌। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

The post ତିନି ଦିନ ହେଲା ଅନୁଗୋଳରୁ ଆସୁଛି ସର୍ବାଧିକ କରୋନା ମୃତ୍ୟୁ ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/3uvSJdI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages