ଆଇଟି ନିୟମ ଓ ‘ଟୁଲକିଟ’କୁ ନେଇ ତେଜୁଛି ଟ୍ୱିଟର ଓ କେନ୍ଦ୍ର ସରକାର କଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 28, 2021

ଆଇଟି ନିୟମ ଓ ‘ଟୁଲକିଟ’କୁ ନେଇ ତେଜୁଛି ଟ୍ୱିଟର ଓ କେନ୍ଦ୍ର ସରକାର କଳି

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ନୂଆ ନିୟମ କାହିଁକି ପାଳନ କରୁନାହାନ୍ତି ବୋଲି ତାଗିଦ କରିବା ପରେ ଏବେ ଫେସବୁକ, ହ୍ୱାଟସଆପ ସମେତ ଅନ୍ୟ ସୋଶାଲ ମିଡିଆ କମ୍ପାନୀ ନିୟମ ମାନିବେ ବୋଲି କହିଛନ୍ତି। କିନ୍ତୁ ଟ୍ୱିଟର କୌଣସି ମତ ରଖିନି। ବରଂ ଟୁଲକିଟ ମାମଲାରେ ଇଣ୍ଡିଆରେ ଥିବା ଟ୍ୱିଟର ଅଫିସକୁ ଦିଲ୍ଲୀ ପୁଲିସ ସମନ କରିବା ପରେ ଟ୍ୱିଟରର ଭାରତ ମୁଖ୍ୟ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରୁ ଜଣାପଡ଼ୁଛି ଆଗକୁ ଟ୍ୱିଟର ଓ କେନ୍ଦ୍ର ସରକାର ମୁହାଁମୁହିଁ ହେବେ।

ଶୁକ୍ରବାର ଟ୍ୱିଟର ଇଣ୍ଡିଆର ମେନେଜିଂ ଡିରେକ୍ଟର ମନୀଷ ମାହେଶ୍ୱରୀ ପ୍ରଥମେ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ସ୍ଥିତି କଠିନ ହେଉଛି କିନ୍ତୁ ଏହାର ଅର୍ଥ ନୁହେଁ ଅସମ୍ଭବ। ଗୁରୁବାର ଦିଲ୍ଲୀ ପୁଲିସ ‘ଟୁଲକିଟ୍’ ମାମଲାରେ ମନୀଷଙ୍କୁ ଜେରା କରିଥିଲା। ଏହି ସମୟରେ ସେ କହିଥିଲେ ସେ କେବଳ ସେଲସ ବୁଝନ୍ତି। କେଣ୍ଟେଣ୍ଟ ତାଙ୍କ ଦାୟିତ୍ୱ ନୁହେଁ। ଏଭଳି କହି ଟୁଲକିଟ ମାମଲାରେ ନିଜର ଭୂମିକା ନାହିଁ ବୋଲି ମନୀଷ ଚେଷ୍ଟା କରିଛନ୍ତି। ଏହାପରେ ଶୁକ୍ରବାର ମନୀଷଙ୍କ ଉପରୋକ୍ତ ମତରୁ ଆକଳନ କରାଯାଉଛି ଯେ ଆଗାମୀ ଦିନରେ ଟ୍ୱିଟର ସହ କେନ୍ଦ୍ରର ଏକ ବଡ଼ ବିବାଦ ଉପୁଜିବାକୁ ଯାଉଛି।

ମନୀଷଙ୍କ ଏହି ଟ୍ୱିଟକୁ ନେଇ ବିଭିନ୍ନ ମିଡିଆ ହାଉସରେ ବିତର୍କ ଆରମ୍ଭ ହେବାକୁ ଯାଉଥିବା ଦେଖି ସଙ୍ଗେସଙ୍ଗେ ମନୀଷ ସେହି ଟ୍ୱିଟ ଉପରେ ଆଉ ଏକ ରିପୋଷ୍ଟ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେହି ଟ୍ୱିଟର ଉଦ୍ଦେଶ୍ୟ ଲେଖିଛନ୍ତି। ସେ କହିଛନ୍ତି ସ୍ଥିତି କଠିନ ହେବାର ଅର୍ଥ ମୁଁ ସପ୍ତାହନ୍ତ କଟାଉଛି। ହେଲେ ଇଣ୍ଟରନେଟ ନାହିଁ। ଘରେ ଥିବା ବ୍ରଡବ୍ରାଣ୍ଡ ଏବେ ଡାଉନ ରହିଛି। ଆଉ କିଛି ବିକଳ୍ପ ଅଛି କହି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକକୁ ଟାଗ କରିଛନ୍ତି ମନୀଷ।

ନିକଟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସର ଏକ ଡକ୍ୟୁମେଣ୍ଟ ଦେଖାଇ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦେଶର ଭାବମୂର୍ତ୍ତିକୁ ଅପମାନିତ କରିବା ପାଇଁ କଂଗ୍ରେସ ଏହି ‘ଟୁଲକିଟ୍’ ତିଆରି କରିଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ମଧ୍ୟ ଏହି ଟୁଲକିଟରେ ଲେଖାହୋଇଥିବା ଅନେକ କଥା ପୂର୍ବରୁ ମୋଦିଙ୍କ ବାବଦରେ ଟ୍ୱିଟ୍ କରିଛନ୍ତି। ତେବେ କଂଗ୍ରେସ ଏହାକୁ ନକଲି ‘ଟୁଲକିଟ୍’ ବୋଲି କହିଛି। ଏହା ପରେ ଟ୍ୱିଟର ସମ୍ବିତ ପାତ୍ରଙ୍କ ଟ୍ୱିଟକୁ ‘ମାନିପୁଲେଟିଡ୍ ମିଡିଆ’ ବୋଲି ବର୍ଗୀକରଣ କରିଛି। ଯାହାକି ପୂର୍ବରୁ ଟ୍ୱିଟର କେବେ କରିଥିବାର ନଜିର ନାହିଁ।

ଏହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ଟ୍ୱିଟର କିଭଳି ତଦନ୍ତକାରୀ ସଂସ୍ଥା ଭଳିଆ ବ୍ୟବହାର କରୁଛି? ସୋଶାଲ ମିଡିଆ କମ୍ପାନୀ କେବେଠୁ ତଦନ୍ତକାରୀ ସଂସ୍ଥା ହୋଇଗଲାନି ବୋଲି କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ଏହା ପଚାରିଥିଲା। ପରେ ଦିଲ୍ଲୀ ପୁଲିସ ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆ ଅଫିସ ଯାଇ ଜାଣିବାକୁ ଚେଷ୍ଟା କରିଥିଲା କେଉଁ ଆଧାରରେ ଟ୍ୱିଟର ‘ମାନିପୁଲେଟିଡ୍ ମିଡିଆ’ ବୋଲି ବର୍ଗୀକରଣ କରିଛି। ଯାହାର ଜବାବ ଦେବା ପାଇଁ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ସମନ କରିଥିଲା। ଏହାପରେ ଟ୍ୱିଟରର ମୁଖ୍ୟ ଜାକ୍ ଡୋରସି କହିଥିଲେ ସେ ଭାରତରେ ଥିବା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତିତ।

ଅନ୍ୟପଟେ ଏହି ସମୟରେ ନୂଆ ଆଇଟି ନିୟମ କାହିଁକି କେହି ପାଳନ କରିନାହାନ୍ତି ବୋଲି କେନ୍ଦ୍ର ସରକାର ତାଗିଦ କରିଛନ୍ତି। ଯଦିଓ ପ୍ରଥମେ କେହି ରାଜି ହୋଇନଥିଲେ ଏବେ କିନ୍ତୁ ଗୁଗୁଲ ମାନିବ ବୋଲି କହିବା ପରେ ଫେସବୁକ, ହ୍ୱାଟସଆପ୍ ମାନିବାକୁ ରାଜି ହୋଇଛନ୍ତି।

ନୂଆ ନିୟମ ଅନୁଯାୟୀ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଛି। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି।  ଯାହାକୁ ନେଇ ବିବାଦ ଉପୁଜିଛି।

The post ଆଇଟି ନିୟମ ଓ ‘ଟୁଲକିଟ’କୁ ନେଇ ତେଜୁଛି ଟ୍ୱିଟର ଓ କେନ୍ଦ୍ର ସରକାର କଳି appeared first on Odisha Reporter.



from Odisha Reporter https://ift.tt/3fwm5Eh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages