ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁ ହାର ୪ ହଜାରରୁ ଅଧିକ ଜାରି ରହିଛି। ଆଜି ବି ଦେଶରେ ଦିନକରେ ୪ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଆଜିର ଏହି ନୂଆ ତଥ୍ୟ ସହ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧୭କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୩ ଲକ୍ଷ ୪୩ ହଜାର ୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ହୋଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୩୭ ଲକ୍ଷ ୪ ହଜାର ୮୯୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସେପଟେ ଦେଶରେ ଏଯାବତ୍ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯କୁ ବୃଦ୍ଧି ଘଟିଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଚିକିତ୍ସାଧୀନ ଥିବା ୩.୭୦ ଲକ୍ଷ ଆକ୍ରାନ୍ତ ଦେଶର ମୋଟ ସଂକ୍ରମଣର ଏହା ୧୫.୬୫ ପ୍ରତିଶତ। କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜୁରାଟ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ହରିଆଣାରୁ ମୋଟ୍ ସଂକ୍ରମଣର ୭୯.୬୭ ପ୍ରତିଶତ ରହିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ପ୍ରାୟ ୧୮ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର, କେରଳ ଏବଂ ଆନ୍ଧ୍ରପ୍ରଦେଶର ମୋଟ ଡୋଜର ୬୬.୭୩ ପ୍ରତିଶତ ରହିଛି।
ଗତ ତିନି ସପ୍ତାହ ମଧ୍ୟରେ ଦେଶରେ ଦୈନିକ ୩୦୦,୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଗୁରୁତର ହାରକୁ କମାଇବାକୁ ଯାଇ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ତେଣୁ ଟିକାର ଚାହିଦା ବଢ଼ିଛି। ଏଯାବତ ୧୭ କୋଟି ୯୨ ଲକ୍ଷ ୯୮ ହଜାର ୫୮୪ ଟିକା ଦିଆଯାଇଛି। ଗତକାଲି କୋଭିଶିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ସରକାର ବ୍ୟବଧାନକୁ ୧୨-୧୬ ସପ୍ତାହକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ୬-୮ ସପ୍ତାହ ଥିଲା। ତିନି ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ କୋଭିଶିଲ୍ଡ ଡୋଜ୍ ବ୍ୟବଧାନକୁ ବ୍ୟାପକ କରାଯାଇଛି।
The post ଆଜି ବି ୩ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଆଖି ବୁଜିଲେ ୪ ହଜାର appeared first on Odisha Reporter.
from Odisha Reporter https://ift.tt/3brFi7L
No comments:
Post a Comment