ପଣସ ବୋଝେଇ ଟ୍ରକ୍‌ରେ ଯାଉଥିଲା ଏପରି ଜିନିଷ, ମୂଲ୍ୟ ୪୦ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

ପଣସ ବୋଝେଇ ଟ୍ରକ୍‌ରେ ଯାଉଥିଲା ଏପରି ଜିନିଷ, ମୂଲ୍ୟ ୪୦ ଲକ୍ଷ

ଲମତାପୁଟ(ଓଡ଼ିଶା ରିପୋର୍ଟର):  ପଣସ ବୋଝେଇ ଟ୍ରକ୍‌ରେ ହେଉଥିଲା ଗଞ୍ଜେଇର ଚୋରା ଚାଲାଣ।  ଏପରି ଭାବେ ୪୦ ଲକ୍ଷ ଟଙ୍କାର ଗଂଜେଇ  ଚୋରା ଚାଲାଣ ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଗଲା। ପୁଲିସ୍‌ ସମସ୍ତ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଦ୍ୱୟଙ୍କ ନାଁ ରାଜେଶ ଓ ବାବୁ ସିଂ। ଉଭୟ ରାଜସ୍ଥାନର ବୋଲି କୋରାପୁଟ ମାଛକୁଣ୍ଡ ପୁଲିସ୍‌ କହିଛି । ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିଲା ।

ସୂଚନା ମିଳିବା ପରେ ଲମତାପୁଟ ଓ  ନନ୍ଦପୁର ପୁଲିସ ୨ ଜଣିଆ ଟିମ୍ ଗଠନ କରି ଟ୍ରକ୍‌କୁ ଜବତ କରିଥିଲେ । ଜବତ ଟ୍ରକ୍‌ରୁ  ୪୨୨ କେଜି ୩୦୦ ଗ୍ରାମ ଗଂଜେଇ ମିଳିଛି।  ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

The post ପଣସ ବୋଝେଇ ଟ୍ରକ୍‌ରେ ଯାଉଥିଲା ଏପରି ଜିନିଷ, ମୂଲ୍ୟ ୪୦ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3tKUbZk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages