୧୯୦ କିମି ବେଗରେ ବହିଲା ପବନ, ପୂରା ଗୁଜରାଟ ବେହାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

୧୯୦ କିମି ବେଗରେ ବହିଲା ପବନ, ପୂରା ଗୁଜରାଟ ବେହାଲ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ତଉକତେ ଅତି ଭୀଷଣ ବାତ୍ୟାର ରୂପ ନେଇ ଗୁଜରାଟରେ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଛି। ପାଖାପାଖି ସନ୍ଧ୍ୟା ୯ଟାରେ ଡିଉ ଓ ଉନା ମଧ୍ୟରେ ଲ୍ୟାଣ୍ଡଫଲ କରିଥିବା ତଉକତେ ଦୀର୍ଘ ୩ ଘଣ୍ଟା ଧରି ତା’ର ତାଉ ଦେଖାଇଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୯୦ କିମି ରହିଥିଲା। ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ରେକର୍ଡ କରାଯାଇଛି।

ବତ୍ୟାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ଶତାଧିକ ମାଟି ଘର ଧ୍ୱଂସ ହୋଇଯାଇଛି। ତେବେ ମୃତାହତଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ। ରାଜ୍ୟ ସରକାର ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସ୍ଥଳ ଭାଗ ଛୁଇଁବା ବେଳେ ତଉତେ ଅତ୍ୟନ୍ତ ଭୟଙ୍କର ବାତ୍ୟାରେ ରହିଥିଲା। ଏପରି ଅବସ୍ଥାରେ ପ୍ରାୟ ୩ ଘଣ୍ଟା କାଳ ରହିବା ପରେ ରାତି ପ୍ରାୟ ୧୨ଟା ବେଳେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା। ଏହାପରେ ଏହା ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ୧୫୦ରୁ ୧୭୫ କିମି ଓ ସର୍ବାଧିକ ୧୯୦ କିମି ରହିଥିଲା।


ଗୁଜରାଟର ଡିଉ ନିକଟରେ ପବନର ଘଣ୍ଟାପ୍ରତି ବେଗ ୧୩୩ କିମି ଥିବା ବେଳେ ସମୁଦ୍ର ଜୁଆର ପ୍ରାୟ ୩ ମିଟର ଉଚ୍ଚକୁ ଉଠିଥିଲା। ଏବେ ବାତ୍ୟା କମ୍ରଶଃ ଦୁର୍ବଳ ହେଉଥିଲେ ହେଁ ଦିନ ତମାମ ଏହାର ପ୍ରଭାବ ଦେଖିବାକୁ ମିଳିବ। ଗୁଜରାଟ ଓ ଏହାର ଆପପାଖ ଅଞ୍ଚଳରେ ଆଜି ବର୍ଷା ଲାଗି ରହିବ। ବାତ୍ୟା ଗୁଜରାଟ ଅତିକ୍ରମ କରି ପାକିସ୍ତାନ ଅଭିମୁଖେ ଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଲ୍ୟାଣ୍ଡଫଲ ବେଳେ କେମିତି ପବନ ବହିଥିଲା, ତା’ର ଭିଡିଓ ସାମ୍ନାକୁ ଆସିଛି। ସେହିପରି ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସ୍ଥଳସେନା ସହ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି।

ଗୁଜରାଟର ସୋମନାଥ ଗିର ଓ ଡିଉ ମଧ୍ୟରେ ଏକାଧିକ ଗଛ ପଡ଼ିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେଗୁଡ଼ିକୁ ହଟାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କରାଯାଉଛି। ୫୦ରୁ ଅଧିକ ଏନଡିଆରଏଫ ଟିମ୍‌ ସହ ସ୍ଥଳସେନା, ଅଗ୍ନିଶମ କର୍ମଚାରୀ ଓ ଏସଡିଆରଏଫର ଯବାନମାନେ ଗୁଜରାଟରେ ମୁତୟନ ହୋଇଛନ୍ତି।

The post ୧୯୦ କିମି ବେଗରେ ବହିଲା ପବନ, ପୂରା ଗୁଜରାଟ ବେହାଲ appeared first on Odisha Reporter.



from Odisha Reporter https://ift.tt/33OKP4d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages