ସିବିଆଇ ଅଫିସରେ ହାଇଡ୍ରାମା: ଗିରଫ କରିବା ପାଇଁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ସିବିଆଇ ଅଫିସରେ ହାଇଡ୍ରାମା: ଗିରଫ କରିବା ପାଇଁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ

କୋଲକାତା: ନାରଦା ଲାଞ୍ଚ କାରବାର ମାମଲାରେ ସିବିଆଇ ହଠାତ୍‌ ପଶ୍ଚିମବଙ୍ଗର ଦୁଇ ଜଣ ମନ୍ତ୍ରୀ, ବିଧାୟକ ଓ ଜଣେ ପୂର୍ବତନ ଟିଏମସି ନେତାଙ୍କୁ ଗିରଫ କରିବା ପରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମନ୍ତ୍ରୀ ଓ ବିଧାୟକଙ୍କ ଗିରଫଦାରୀକୁ ବିରୋଧ କରି କୋଲକାତା ସ୍ଥିତି ସିବିଆଇ ଅଫିସରେ ପହଞ୍ଚିଛନ୍ତି।

ସେ ସିବିଆଇକୁ ତାଙ୍କ ସହଯୋଗୀଙ୍କ ଭଳି ତାଙ୍କୁ ମଧ୍ୟ ଗିରଫ କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେହିପରି ଟିଏମସି ପକ୍ଷରୁ ସିବିଆଇର ଏପରି କାର୍ଯ୍ୟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ମଧ୍ୟ କୁହାଯାଇଛି।

ଆଜି ସକାଳେ ସିବିଆଇ ବହୁ ଚର୍ଚ୍ଚିତ ନାରଦା ଲାଞ୍ଚ କାରବାର ମାମଲାରେ ବେଙ୍ଗଲ ମନ୍ତ୍ରୀ ଫିରହଦ ହକିମ, ସୁବ୍ରତ ମୁଖାର୍ଜୀ, ବରିଷ୍ଠ ବିଧାୟକ ମଦନ ମିତ୍ର ଓ ପୂର୍ବତନ ଟିଏମସି ନେତା ସୋଭନ ଚାଟାର୍ଜୀଙ୍କୁ ସେମାନଙ୍କ ଘରୁ ଉଠାଇ ନେଇଥିଲା। ଏମାନଙ୍କୁ ସିବିଆଇ ଗିରଫ କରିଥିବା ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କୋଲକାତା ସ୍ଥିତ ସିବିଆଇ ଅଫିସରେ ପହଞ୍ଚିଥିଲେ।

ମମତା ସିବିଆଇର ହଠାତ୍‌ ଏଭଳି ଗିରଫଦାରୀ ଆଚରଣକୁ ବିରୋଧ କରିଛନ୍ତି। ଟିଏମସ ସାଂସଦ ତଥା ଓକିଲ କଲ୍ୟାଣ ବାନାର୍ଜୀ କହିଛନ୍ତି, ଆମେ ସିବିଆଇର ଗିରଫଦାରୀଙ୍କୁ ଆଇନଗତ ଉପାୟରେ ଚ୍ୟାଲେଞ୍ଜ କରିବୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସିବିଆଇକୁ ଖୋଲା ଚ୍ୟାଲେଞ୍ଜ କରି ଦମ ଅଛି ତ ତାଙ୍କୁ ଗିରଫ କରିବାକୁ ଆହ୍ୱାନ କରିଛନ୍ତି।

ସେ ମନ୍ତ୍ରୀ ଓ ବିଧାୟକଙ୍କ ଗିରଫଦାରୀକୁ ବେଆଇନ ମଧ୍ୟ କହିଛନ୍ତି। ଯଦି ତାଙ୍କ ମନ୍ତ୍ରୀଙ୍କ ସହ ସିବିଆଇ ମମତା ବାନାର୍ଜୀଙ୍କୁ ଗିରଫ ନ କରିବ, ତା’ହେଲେ ସେ ସିବିଆଇ ଅଫିସରୁ ଇଞ୍ଚେ ମଧ୍ୟ ଘୁଞ୍ଚିବେ ନାହିଁ ବୋଲି କହିଥିବା ଓକିଲ କଲ୍ୟାଣ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି।


ମମତା କାର୍‌ ଯୋଗେ ସିବିଆଇ ଅଫିସରେ ପହଞ୍ଚିବା ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି କୋଲକାତାର ନିଜାମ ପ୍ୟାଲେସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଅନ୍ୟପକ୍ଷରେ ସିବିଆଇ ବିଧିବଦ୍ଧ ଭାବେ ଫିରହାନ, ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ ଓ ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିବା ଘୋଷଣା କରିଛି। ସିବିଆଇର ମୁଖପାତ୍ର ଆରସି ଯୋଶୀ କହିଛନ୍ତି, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସଂପୃକ୍ତ ଥିବା ତତ୍କାଳୀନ ୪ ମନ୍ତ୍ରୀ ଫିରହାନ, ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ ଓ ସୋଭନ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି। ସିବିଆଇ କ୍ୟାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ମସିହା ଏପ୍ରିଲ ୧୬ରେ ମାମଲା କରିଥିଲା।

ସିବିଆଇ ମନ୍ତ୍ରୀ ଓ ବିଧାୟକଙ୍କୁ ଗିରଫ କରିଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ଅନୁମତି ନେଇନାହିଁ। ଏହି କାରଣରୁ ଗିରଫଦାରୀ ବାଚସ୍ପତି ବିମନ ବାନାର୍ଜୀ ନାସପନ୍ଦ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ବିଧାୟକଙ୍କୁ ଗିରଫ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ବାଚସ୍ପତିଙ୍କୁ ଅବଗତ କରାଇବ ଓ ତାଙ୍କ ଅନୁମତି ନେବା କଥା। ହେଲେ ଏହି ମାମଲାରେ ସେଭଳି କୌଣସି ନିୟମକୁ ପାଳନ କରାଯାଇନାହିଁ ବୋଲି ସେ କହିଛନ୍ତି।

The post ସିବିଆଇ ଅଫିସରେ ହାଇଡ୍ରାମା: ଗିରଫ କରିବା ପାଇଁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ appeared first on Odisha Reporter.



from Odisha Reporter https://ift.tt/3bwgqeZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages