ବଳ ଗୋଟାଇ ଆଗକୁ ବଢୁଛି ୟାସ୍, ଏବେ ପାରାଦୀପରୁ ୩୬୦ କିମି ଦୂରରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ବଳ ଗୋଟାଇ ଆଗକୁ ବଢୁଛି ୟାସ୍, ଏବେ ପାରାଦୀପରୁ ୩୬୦ କିମି ଦୂରରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍ଥଳ ଭାଗକୁ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟାସ୍ । ସିଭିୟର୍ ସାଇକେ୍ଲାନିକ୍ ଷ୍ଟର୍ମ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକେ୍ଲାନିକ୍ ଷ୍ଟ୍ରମ୍‌ରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଧରି ଏହା ୧୦ କିଲୋମିଟର ବେଗରେ ଏହା ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ।

ଯଦି, ଏହି ଗତି ରୁହେ ତେବେ ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ଦ୍ୱିପ୍ରହରରେ ବାଲେଶ୍ୱର ଆଖପାଖରେ ସ୍ଥଳ ଭାଗ ଛୁଇଁପାରେ । ସଠିକ୍ ଭାବେ କେଉଁ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ସେ ନେଇ ଆଜି ସୂଚନା ମିଳିବ। ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବୋହିପାରେ। ଏପରିକି ସ୍ଥାନେ ସ୍ଥାନେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିପାରେ।  ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି ।

ଏହି ୪ ଜିଲ୍ଲା ଗୁଡ଼ିକରେ ଆଜି ରାତିରୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗ ରହିପାରେ ବୋଲି ଅନୁମାନ କରାଯାଉଛି। ତାସହ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ୪ ମିଟର ଯାଏଁ ଉଚ୍ଚ ଜୁଆର ମାଡ଼ି ଆସିବାର ସମ୍ଭାବନା ବି ଅଛି। ସେହିପରି ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଉପୁଡିପାରେ, କଚ୍ଚା, ଆଜବେଷ୍ଟସ୍ ଛପର ଓ ପୁରୁଣା କୋଠା ଭାଙ୍ଗିଯାଇପାରେ। ଟେଲିଫୋନ୍, ବିଜୁଳି ଖୁଣ୍ଟ ବି ଗୁରୁତର ପ୍ରଭାବିତ ହୋଇପାରେ । ବଙ୍ଗୋପସାଗରରେ ବାତ୍ୟା ବଳ ଗୋଟାଇ ଆଗକୁ ବଢୁଥିବା ବେଳେ ସ୍ଥିତିକୁ ଦେଖି ଆଜି ରାଜ୍ୟର ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି ହୋଇଛି ।

The post ବଳ ଗୋଟାଇ ଆଗକୁ ବଢୁଛି ୟାସ୍, ଏବେ ପାରାଦୀପରୁ ୩୬୦ କିମି ଦୂରରେ appeared first on Odisha Reporter.



from Odisha Reporter https://ift.tt/3yFjvDM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages