ଟୁଲକିଟ୍ ମାମଲା, ଟ୍ୱିଟର ଅଫିସରେ ନୋଟିସ୍ ମାରିଲା ଦିଲ୍ଲୀ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ଟୁଲକିଟ୍ ମାମଲା, ଟ୍ୱିଟର ଅଫିସରେ ନୋଟିସ୍ ମାରିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ସୋମବାର ସଂଧ୍ୟାରେ ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ ଏକ ନୋଟିସ୍ ମାରିଛି। ଦିଲ୍ଲୀର ଲୋଡା ସରାୟ ଏବଂ ଗୁରୁଗ୍ରାମ ସ୍ଥିତ ଟ୍ୱିଟର ଅଫିସରେ ଦିଲ୍ଲୀ ପୁଲିସ ରେଡ୍ ମାରିଥିବା କୁହାଯାଉଥିବା ବେଳେ ଦିଲ୍ଲୀ ପୁଲିସ କିନ୍ତୁ ଏହାକୁ ଖାରଜ କରିଛି। କେବଳ ନୋଟିସ ମାରିଛି ବୋଲି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ସ୍ପଷ୍ଟ କରିଛି।

ନିକଟରେ ବିଜେପି ନେତା ସମ୍ୱିତ ପାତ୍ରଙ୍କର ଏକ ଟ୍ୱିଟକୁ ଟ୍ୱିଟର ‘ମାନିପୁଲେଟଡ୍ ମିଡିଆ’ ବୋଲି ବର୍ଗୀକରଣ କରିଥିଲା। ଏବେ ଟ୍ୱିଟର କେଉଁ ଆଧାରରେ ‘ମାନିପୁଲେଟଡ୍ ମିଡିଆ’ ବୋଲି ଦର୍ଶାଇଲା ସେ ନେଇ ଜବାବ ତଲବ କରିଛି ଦିଲ୍ଲୀ ପୁଲିସ।

ପୁଲିସ କହିଛି ଯେ ଟ୍ୱିଟର ଇଣ୍ଡିଆର ସେହି ଅଧିକାରୀଙ୍କୁ ଖୋଜୁଥିଲେ ଯିଏକି ନୋଟିସ୍ ଗ୍ରହଣ କରିବା ପାଇଁ ଯୋଗ୍ୟ। ତେଣୁ ସେମାନେ ଅଫିସର ବିଭିନ୍ନ ସ୍ଥାନ ବୁଲି ଖୋଜୁଥିଲେ ସେହି ଅଫିସରଙ୍କୁ। ଖବର ଅନୁଯାୟୀ ସୋମବାର ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଟ୍ୱିଟର ଇଣ୍ଡିଆକୁ ନୋଟିସ୍ ଜାରି କରି ମାନିପୁଲେଟଡ୍ ମିଡିଆ’ର ଆଧାର ଜାଣିବାକୁ ଚେଷ୍ଟା କରିଥିଲା।

ଯାହାର ଜବାବରେ ଟ୍ୱିଟର କହିଛି ଯେ ସେ ଆଧାର ଜଣାଇବାକୁ ବାଧ୍ୟତାମୂଳକ ନୁହେଁ। ଟ୍ୱିଟର ପାଖରୁ ଏଭଳି ଉତ୍ତର ପାଇବା ପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଟ୍ୱିଟର ଇଣ୍ଡିଆର ଅଫିସରେ ପହଞ୍ଚିଥିଲା। ଏହି ଟିମ୍ ପ୍ରାୟ ଘଣ୍ଟାଏ ପାଇଁ ଅଫିସ ବାହାରେ ଥିଲା। ଏହି ସମୟ ମଧ୍ୟରେ ସ୍ପେଶାଲ୍ ସେଲ୍ ମଧ୍ୟ ଟ୍ୱିଟର ଇଣ୍ଡିଆର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଯେତେବେଳେ ଅଫିସ ବନ୍ଦ ହୋଇଯାଇଥିଲା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ବିଜେପି ନେତା ସମ୍ୱିତ ପାତ୍ର ଏକ କଂଗ୍ରେସର ଏକ ଟୁଲକିଟକୁ ଟ୍ୱିଟ୍ କରିଥିଲେ। ହେଲେ ଏହା ଜାଲ୍ ବୋଲି କଂଗ୍ରେସ କହିଥିଲା। ପରେ ଟ୍ୱିଟର ସମ୍ୱିତଙ୍କ ସେହି ଟ୍ୱିଟକୁ ‘ମାନିପୁଲେଟଡ୍ ମିଡିଆ’ ବୋଲି ଦର୍ଶାଇଛି। ପୂର୍ବରୁ କିନ୍ତୁ ଟ୍ୱିଟର ଏଭଳି କୌଣସି ଟ୍ୱିଟକୁ ‘ମାନିପୁଲେଟଡ୍ ମିଡିଆ’ ବୋଲି କହିନଥିଲା।

The post ଟୁଲକିଟ୍ ମାମଲା, ଟ୍ୱିଟର ଅଫିସରେ ନୋଟିସ୍ ମାରିଲା ଦିଲ୍ଲୀ ପୁଲିସ appeared first on Odisha Reporter.



from Odisha Reporter https://ift.tt/2ThWRkw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages