ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ଦୀପିକା

ମୁମ୍ବାଇ: ମହାମାରୀ କରୋନାକୁ ମାତ୍ ଦେଲେ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ । ସୁସ୍ଥ ହୋଇ ଫେରିଲେ ମାୟାନଗରୀ । ପାୱାର କପଲ ରଣବୀର ଓ ଦୀପିକାଙ୍କୁ ରବିବାର ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଦୁହେଁ ହାତରେ ହାତ ଧରି ବିମାନ ବନ୍ଦରରେ ନଜର ଆସିଛନ୍ତି । ଦୁହିଁଙ୍କ ଏୟାରପୋର୍ଟ ଲୁକ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇ ଏୟାରପୋର୍ଟରେ ରଣବୀର-ଦୀପିକା

ସୂଚନା ମୁତାବକ ମୁମ୍ବାଇରେ କର୍ଫ୍ୟୁ ଲାଗୁ ହେବା ପରେ ଏପ୍ରିଲ ମାସରେ ରଣବୀର-ଦୀପିକା ବାଙ୍ଗାଲୁରୁ ଯାଇଥିଲେ । ସେଠାରେ ସେ ତାଙ୍କ ପରିବାର ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିଲେ । ତେବେ ଗତ କିଛିଦିନ ତଳେ ଦୀପିକାଙ୍କ ବାପା କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଏହା ପରେ ପରେ ମେ’ ମାସ ଆରମ୍ଭରେ ଦୀପକା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଦୀପିକା କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ । ହେଲେ ଏବେ ସେ ସୁସ୍ଥ ହୋଇ ମୁମ୍ବାଇ ଫେରିଛନ୍ତି । ସେପଟେ ତାଙ୍କ ବାପା ମଧ୍ୟ ସୁସ୍ଥ ହୋଇ ସାରିଥିବା ସୂଚନା ମିଳିଛି ।
ମିଡିଆ ରିପୋର୍ଟ ମୁତାବକ, ଦୀପିକା-ରଣବୀର ଖୁବ ଶୀଘ୍ର କବିର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ରେ ନଜର ଆସିବେ । ଏହାବ୍ୟତୀତ ଦୀପିକାଙ୍କ ପାଖରେ ଆହୁରି ଅନେକ ନୂଆ ପ୍ରଜୋକ୍ଟ ମଧ୍ୟ ରହିଛି । ଫାଇଟର୍‌, ଦ ଇଣ୍ଟର୍ଣ୍ଣ ଓ ସକୁନ ବତ୍ରାଙ୍କ ଅନ୍‌ଟାଇଟେଲ୍ଡ ଫିଲ୍ମ ତାଙ୍କ ହାତରେ ଅଛି ।

The post ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ଦୀପିକା appeared first on Odisha Reporter.



from Odisha Reporter https://ift.tt/3vf7Idb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages