‘ଅତିକମ୍‌ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

‘ଅତିକମ୍‌ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ୟାସ’। ଅତି ଭୀଷଣ ରୂପ ଧାରଣ କରି ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଏହାର ପ୍ରଭାବରେ ବ୍ୟାପକ କ୍ଷତି ହୋଇପାରେ ବୋଲି ଆକଳନ କରାଯାଉଛି। ବାଲେଶ୍ୱର ଜିଲ୍ଲା ବି ‘ୟାସ’ ଦ୍ୱାରା ପ୍ରଭାବିତ ହେବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି।

ଅତିକମ୍‌ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ସେହିପରି ମାଟି ବା କଚ୍ଚା ଘରେ ନ ରହିବାକୁ ଲୋକଙ୍କୁ କୁହାଯିବା ସହିତ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି। ଲୋକେ ସରକାରୀ ପକ୍କା ଗୃହରେ ମଧ୍ୟ ଆଶ୍ରୟ ନେଇପାରିବେ। ଏହି ସୂଚନା ପାଇବା ପରେ ଆଖପାଖ ଲୋକଙ୍କୁ ମଧ୍ୟ ଜଣାଇବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

 

ଏହା ସହିତ ଦୋକାନ ଗୁଡ଼ିକରେ ଲାଗିଥିବା ସାଇନବୋର୍ଡ ଓ ହୋର୍ଡିଂ ଗୁଡ଼ିକୁ ଖୋଲି ଦେବାକୁ ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ୧୦ଟି ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବା ପାଇଁ ଏସ୍‌ଆର୍‌ସି ଆଜି ଓ ଆସନ୍ତାକାଲି ୧୦ଟି ଜିଲ୍ଲାର ଲୋକଙ୍କୁ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରିଛନ୍ତି।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଗଭୀର ଅବପାତର ରୂପ ନେବା ପରେ ଆଜି ଭୋର ସାଢ଼େ ୫ଟାରେ ବାତ୍ୟାରେ ପରିଣତ ହୋଇଛି। ବାତ୍ୟା ‘ୟାସ’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ଏହାପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ଗତ ୬ ଘଣ୍ଟା ହେଲା ୟାସ ସ୍ଥିର ରହି ଶକ୍ତି ସଞ୍ଚୟ କରୁଥିବା ଜଣାପଡ଼ିଛି। ଏବେ ଏହା ପୂର୍ବଭଳି ପୋର୍ଟ ବ୍ଲେୟାର ଠାରୁ ୬୦୦ କିମି, ପାରାଦୀପ ଠାରୁ ୫୪୦ କିମି, ବାଲେଶ୍ୱର ଠାରୁ ୬୫୦ କିମି ଓ ପଶ୍ଚିମବଙ୍ଗର ଦିଘା ଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ୨୬ ତାରିଖରେ ବାତ୍ୟା ‘ୟାସ’ ଲ୍ୟାଣ୍ଡଫଲ କରିବ। ଏହା ପ୍ରଭାବରେ ସେହିଦିନ ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ସମେତ ବାଲେଶ୍ୱର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

The post ‘ଅତିକମ୍‌ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖନ୍ତୁ’ appeared first on Odisha Reporter.



from Odisha Reporter https://ift.tt/3bQeG0l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages