‘ଶୋଲେ’ର ଡାଇଲଗ ମାରି କେନ୍ଦ୍ର ବିରୋଧରେ ସ୍ୱର ଉଠାଇବାକୁ ବିପକ୍ଷ ଦଳ ମୁଖ୍ୟମନ୍ତ୍ରୀମାନଙ୍କୁ ମମତାଙ୍କ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

‘ଶୋଲେ’ର ଡାଇଲଗ ମାରି କେନ୍ଦ୍ର ବିରୋଧରେ ସ୍ୱର ଉଠାଇବାକୁ ବିପକ୍ଷ ଦଳ ମୁଖ୍ୟମନ୍ତ୍ରୀମାନଙ୍କୁ ମମତାଙ୍କ ଆହ୍ୱାନ

କୋଲକାତା: ‘ଜୋ ଡରତେ ହେଁ, ୱ ମରତେ ହେଁ’। ସୋମବାର ସତୁରୀ ଦଶକର ବ୍ଲକ୍‌ବଷ୍ଟର ଫିଲ୍ମ ‘ଶୋଲେ’ର ଏହି ଡାଇଲଗ ମାରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ‘ଏକଛତ୍ରବାଦୀ’ ବୋଲି କହିବା ସହ ଭୟଭୀତ ନହୋଇ ଏକାଠି ମିଶି ସ୍ୱର ଉଠାଇବାକୁ ସେ ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।

ମମତା କହିଛନ୍ତି, ଆମେ ସେମାନଙ୍କ (ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର) ଧମକକୁ ଡରୁ ନାହୁଁ। ପଶ୍ଚିମବଙ୍ଗ କେବେ ହାରିବା ଶିଖି ନାହିଁ। ଆମେ ସର୍ବଦା ମୁଣ୍ଡ ଟେକି ଚାଲିବୁ।

ସେ କହିଛନ୍ତି, ମୁଁ ଭାବୁଛି ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନେ ଏକାଠି ହେବା ଉଚିତ୍ ଓ ସ୍ୱର ଉଠାଇବା ଉଚିତ୍। ସେମାନଙ୍କୁ (କେନ୍ଦ୍ର ସରକାରଙ୍କୁ) ସବୁ ରାଜ୍ୟ ମାନିବା ଉଚିତ୍ ନୁହେଁ। କେନ୍ଦ୍ର ଓ ରାଜ୍ୟ ଗୁଡ଼ିକ ମଧ୍ୟରେ ସବୁବେଳେ ଏକ ଲକ୍ଷ୍ମଣରେଖା ରହିବା ଉଚିତ୍‌। ଜବାହାରଲାଲ ନେହରୁ ଓ ବି ଆର ଆମ୍ବେଦକର ଏହା ଉପରେ ସର୍ବଦା ଗୁରୁତ୍ୱ ଦେଇଥିଲେ।

ମମତା କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ଦିନେ ସେମାନେ ପଶ୍ଚାତାପ କରିବେ। କେନ୍ଦ୍ର ସରକାର କେବଳ କୋଭିଡ୍‌ ପରିଚାଳନାଠୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ବିଫଳତା ଲୁଚାଇବାକୁ ଓ ସେଥିରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତା ବାନାର୍ଜୀ ଯୋଗ ନଦେବା ପରଠାରୁ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି।

The post ‘ଶୋଲେ’ର ଡାଇଲଗ ମାରି କେନ୍ଦ୍ର ବିରୋଧରେ ସ୍ୱର ଉଠାଇବାକୁ ବିପକ୍ଷ ଦଳ ମୁଖ୍ୟମନ୍ତ୍ରୀମାନଙ୍କୁ ମମତାଙ୍କ ଆହ୍ୱାନ appeared first on Odisha Reporter.



from Odisha Reporter https://ift.tt/3uErgqe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages