ତେଲେଙ୍ଗାନାରେ ୟୁକେର ଷ୍ଟ୍ରେନ୍‌, କାମ ଦେଉନି ଆଣ୍ଟିବଡ଼ି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

ତେଲେଙ୍ଗାନାରେ ୟୁକେର ଷ୍ଟ୍ରେନ୍‌, କାମ ଦେଉନି ଆଣ୍ଟିବଡ଼ି!

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ହାହାକାର । ଏବେ ତେଲେଙ୍ଗାନରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ସେଠାକାର ଅନେକ ନମୂନାରେ SARS-CoV-2ର B.1.525 ଭାରିଏଣ୍ଟ ଥିବା ଜଣାପଡିଛି। ଚଳିତ ବର୍ଷ ଫେବ୍ରୁଆରୀରେ ୟୁନାଇଟେଡ କିଙ୍ଗଡମରେ ଏହି ଷ୍ଟ୍ରେନ୍ ମିଳିଥିଲା ।

ବିିଶେଷ କରି କରୋନାର ଏହି ଷ୍ଟ୍ରେନ୍‌ର ସମ୍ପର୍କ ନାଇଜେରିଆ ସହ ରହିଛି । ସେଠାକୁ ଯାଇଥିବା ଲୋକ B.1.525 ଭାରିଏଣ୍ଟ ଥିବା ଭୂତାଣୁରେ ସଂକ୍ରମିତ ହୋଇଥିଲେ । କେବଳ ଆମେରିକା କିମ୍ବା ନାଇଜେରିଆ ନୁହେଁ ଅଷ୍ଟ୍ରେଲିଆ, ଡେନ୍‌ମାର୍କ ସମେତ ଅନେକ ଦେଶରେ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଭାରତର ତେଲାଙ୍ଗାନାରେ ମଧ୍ୟ କରୋନାର ଏହି ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର GISAIDର ତଥ୍ୟ ମୁତାବକ ମେ’ ମାସରେ ତେଲେଙ୍ଗାନାରେ B.1.525 ର ୩ଟି ନମୂନା ମିଳିଥିଲା । ଏପ୍ରିଲରେ ସାରା ଦେଶର ୧୯ଟି ନମୂନା ମଧ୍ୟରୁ ତେଲେଙ୍ଗାନାର ୧୩ଟି ନମୂନାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ କରୋନାର ଏହି ନୂଆ ଷ୍ଟ୍ରେନ୍ ବେଶ ମାରାତ୍ମକ । ପ୍ରାୟ ୫୦ଟି ଦେଶରେ ପୂର୍ବରୁ ଭୂତାଣୁର ଏହି ନୂଆ ଷ୍ଟ୍ରେନ୍ ମହଜୁଦ ରହିଛି ।

ସିଡିସି ଅନୁସାରେ ଏହି ଭାରିଏଣ୍ଟ ଆଗରେ ଆଣ୍ଟିବଡି ଚିକିତ୍ସା ବି କାମ ଦେଉନି । ଏହା ବ୍ୟତୀତ ଟିକା ଏବଂ ପ୍ଲାଜମା ଥେରାପିକୁ ମଧ୍ୟ ଏହା ମାତ୍ ଦେଉଛି । ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବୈଜ୍ଞାନିକଙ୍କ ଅଧିକ ଗବେଷଣା ଚାଲିଛି । ବିଶେଷଜ୍ଞ କହିଛନ୍ତି, ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ନା ଭୟାବହ ତାହା ଏଯାଏଁ ଜଣାପଡି ନାହିଁ ।

The post ତେଲେଙ୍ଗାନାରେ ୟୁକେର ଷ୍ଟ୍ରେନ୍‌, କାମ ଦେଉନି ଆଣ୍ଟିବଡ଼ି! appeared first on Odisha Reporter.



from Odisha Reporter https://ift.tt/2RYng6B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages