ନୂଆଦିଲ୍ଲୀ: ସିବିଏସଇ ଓ ବିଭିନ୍ନ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ବୈଠକରେ ସିବିଏସଇ ପରୀକ୍ଷା ପାଇଁ କେନ୍ଦ୍ର ସରକାର ଅବଜେକଟିଭି ଟାଇପ ପରୀକ୍ଷା କରିବା ପାଇଁ ରାଜି ଥିବା ସୂଚନା ରହିଛି। ଦିଲ୍ଲୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟ ଯୁକ୍ତ ୨ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ଥିବା ସୂଚନା ରହିଛି। ପରୀକ୍ଷାର୍ଥୀ ଏହି ପରୀକ୍ଷା ନିଜ ଘରୋଇ କେନ୍ଦ୍ରରେ ଦେବେ ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଜୁନ୍ ଶେଷ ସପ୍ତାହରେ ପରୀକ୍ଷା କରିବା ନେଇ ସିବିଏସ୍ଇ ବିଚାର କରୁଥିବା ସୂଚନା ରହିଛି। ହେଲେ ବୋର୍ଡ ଏ ନେଇ କୌଣସି ମତ ରଖିନାହିଁ।
ସେହିପରି ବିଭିନ୍ନ ରାଜ୍ୟ ବୋର୍ଡ ନିଜ ନିଜର ନିଷ୍ପତ୍ତି ନେଇ ପାରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦେଇଛନ୍ତି। ଗୋଟିଏ ସଂକ୍ରମଣ କମିଲେ ପରୀକ୍ଷା କରାଯାଇପାରିବ ନଚେତ ସଂକ୍ଷିପ୍ତ ପରୀକ୍ଷା। ଜୁନ୍ ୧ରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ପରୀକ୍ଷା ତାରିଖ ଏବଂ ପରୀକ୍ଷା ଫର୍ମାଟ୍ ବାବଦରେ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି।
ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସାରିବା ପାଇଁ ତିନି ମାସର ସମୟ ନେବ ବୋଲି ଜଣାପଡ଼ିଛି। ପ୍ରଥମ ମାସରେ ପରୀକ୍ଷା ନେଇ ପ୍ରସ୍ତୁତି, ଦ୍ୱିତୀୟ ମାସରେ ଅର୍ଥାତ୍ ଜୁନ ଶେଷ ବେଳକୁ ପରୀକ୍ଷା ଏବଂ ଜୁଲାଇ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା କରିବା ନେଇ ଯୋଜନା ରହିଥିବା ସୂଚନା ରହିଛି। ମେଡିକାଲ, ଇଞ୍ଜିନିୟିରିଂ ପରୀକ୍ଷା ପାଇଁ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।
ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପରୀକ୍ଷା ବୋର୍ଡର ଅଧ୍ୟକ୍ଷଙ୍କୁ ନେଇ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା ରହିଛି।
ଏହି ବୈଠକରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ପରୀକ୍ଷା ପୂର୍ବରୁ ବିଦ୍ୟାର୍ଥୀଙ୍କୁ ଟିକାକରଣ କରିବା ଦରକାର। ଟିକା ନଲଗାଇ ପରୀକ୍ଷା କରିବା ଭୁଲ ପଦକ୍ଷେପ ହେବ।
କରୋନା ସଂକ୍ରମଣ ପାଇଁ ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡ, ସିବିଏସ୍ଇ, ଆଇସିଏସ୍ଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଏହା ସହିତ ଅନେକ କମ୍ପିଟେଟିଭ୍ ପରୀକ୍ଷା ପାଇଁ ହେଉଥିବା ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ ରହିଛି।
The post ଜୁନ୍ ୧ରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ହୋଇପାରେ appeared first on Odisha Reporter.
from Odisha Reporter https://ift.tt/2SjQxbE
No comments:
Post a Comment