ଭାଇରସ୍‌କୁ ଫୁ ! ଭାଇରାଲ ହେଉଛି ତହସିଲଦାରଙ୍କ ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

ଭାଇରସ୍‌କୁ ଫୁ ! ଭାଇରାଲ ହେଉଛି ତହସିଲଦାରଙ୍କ ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ନିୟମକୁ ଫୁ କରି ନାଚିଲେ ତହସିଲଦାର। ନାଗିନ୍‌ ଡ୍ୟାନ୍ସେର ଝୁମିଲେ। ବାଜା, ନାଚଗୀତରେ ବେଶ ଜମିଥିଲା ଆସର। କରୋନା କଟକଣାକୁ ବେଖାତିର କରି ଏମିତି ଏକ ଜମାଣିଆ ବରଯାତ୍ରୀ ରୋଷଣୀ ଦେଖିବାକୁ ମିଳିଥିଲା ଜଗତସିଂହପୁରର ଜଗନ୍ନାଥପୁର ଗ୍ରାମରେ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଏଠାରେ ଗତ ଶୁକ୍ରବାର ରାତିରେ  ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା। ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଇ ସମସ୍ତେ ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା।

ଜଗନ୍ନାଥପୁର ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା।ଖବର ପାଇ ତିର୍ତ୍ତୋଲ ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର କୌଣସି ଅଦୃଶ୍ୟ ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି। ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୁଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା ବେଳେ ଏଠାରେ ଚୁପ ରହିଲା କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ । ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।

The post ଭାଇରସ୍‌କୁ ଫୁ ! ଭାଇରାଲ ହେଉଛି ତହସିଲଦାରଙ୍କ ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3wk2sFc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages