ହେମା ମାଳିନୀଙ୍କୁ ବାହା ହେବା ପରେ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 8, 2021

ହେମା ମାଳିନୀଙ୍କୁ ବାହା ହେବା ପରେ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର

ମୁମ୍ୱାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ପ୍ରେମ ବିଷୟରେ ସମସ୍ତେ ଜାଣନ୍ତି। ବାହା ହୋଇ ଚାରି ସନ୍ତାନସନ୍ତତିଙ୍କ ବାପା ହେବା ପରେ ବି ହେମାଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର ଓ ତାଙ୍କୁ ବାହା ହୋଇଥିଲେ। ତେବେ କୁହାଯାଏ, ହେମାଙ୍କୁ ବାହା ହେବା ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଧର୍ମେନ୍ଦ୍ର। ଆଉ ସେ ହେଲେ ଅନୀତା ରାଜ।

ଧର୍ମେନ୍ଦ୍ର ଓ ଅନୀତା ରାଜ ଏକାଠି ଅନେକ ଫିଲ୍ମରେ କାମ କରିଥିଲେ। ଆଉ ଫିଲ୍ମ ଶୁଟିଂ ବେଳେ ସେମାନଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଏ। ଏହାକୁ ନେଇ ସେତେବେଳେ ଖୁବ‌୍‍ ଚର୍ଚ୍ଚା ବି ହୋଇଥିଲା। ଅବଶ୍ୟ ସେମାନଙ୍କ ପ୍ରେମ ଅଧିକ ଦିନ ଆଗେଇ ପାରି ନଥିଲା ।

୮୦ ଦଶକରେ ଅନୀତା ରାଜ ବେଶ‌୍‍ ପପୁଲାର ଥିଲେ। ସେ ବି ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡ଼ିଯାଇଥିଲେ। ଉଭୟଙ୍କ ବୟସରେ ଖୁବ‌୍‍ ବ୍ୟବଧାନ ଥିଲା। ଧର୍ମେନ୍ଦ୍ରଙ୍କ ଠାରୁ ଅନୀତା ୨୭ ବର୍ଷ ସାନ ଥିଲେ। ଦୁହିଁଙ୍କ ମଧ୍ୟରେ ଆଫେୟାର ନେଇ ଯେତେବେଳେ ମିଡିଆରେ ଖବର ଆସିଲା, ସେତେବେଳେ ହେମା ମାଳିନୀ ବିଚଳିତ ହୋଇଯାଇଥିଲେ।

anita-raj

କୁହାଯାଏ, ଏହା ପରେ ଅନୀତା ରାଜଙ୍କ ଠାରୁ ଦୂରେଇ ରହିବା ପାଇଁ କୁଆଡେ଼ ଧର୍ମେନ୍ଦ୍ରଙ୍କୁ ଧମକ ଦେଇଥିଲେ ହେମା ମାଳିନୀ। ଏହା ପରେ ଧର୍ମେନ୍ଦ୍ର ଓ ଅନୀତାଙ୍କ ମଧ୍ୟରେ ଚାଲିଥିବା ଆଫେୟାରରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

୧୯୮୧ରେ ଅନୀତାଙ୍କ ପ୍ରଥମ ଫିଲ୍ମ ପ୍ରେମ ଗୀତ ରିଲିଜ ହୋଇଥିଲା। ଏହା ପରେ ସେ ପପୁଲାର ହୋଇଗଲେ ଏବଂ ପାଖାପାଖି ୧୦୦ ଫିଲ୍ମରେ କାମ କରିଥିଲେ।

୧୯୯୩ରେ ଫିଲ୍ମ ପ୍ରଯୋଜକ ସୁନୀଲ ହିଙ୍ଗୋରାନୀଙ୍କୁ ବିବାହ କରିଥିଲେ। ଫିଲ୍ମ ଠାରୁ ଦୂରେଇ ଯିବା ପରେ ଛୋଟ ପରଦାରେ କାମ କରିଥିଲେ ଅନୀତା। ମାୟା, ୨୪, ତୁମହାରୀ ପାକ୍ଷୀ, ଏକ ଥା ରାଜା ଏକ ଥୀ ରାନୀ ଓ ଇନା ମୀନା ଡିକା ଭଳି ଧାରାବାହିକରେ ସେ ଅଭିନୟ କରିଛନ୍ତି।

The post ହେମା ମାଳିନୀଙ୍କୁ ବାହା ହେବା ପରେ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3bbA93r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages