ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାବାଡ଼ ହେବେ ଅମାନିଆ । ଆଜିଠୁ କଟକ-ଭୁବନେଶ୍ୱରରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ପରିଚୟପତ୍ରର ଦୁରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୁଲିସ୍ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏନେଇ ଦ୍ୱୈତନଗରୀର ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଏଥର ଲକଡାଉନ ଓ ସଟଡାଉନରେ କୌଣସି ପାସ୍ ଜାରି କରାଯାଇନି । ଲୋକଙ୍କୁ ବିଶ୍ୱାସକୁ ନେଇ ପୁଲିସ୍ କାମ କରୁଛି । ଏହାସହ ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି ।
ଏଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେମାନଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଛି । ଫଳରେ ଅମାନିଆଙ୍କ ଯାତାୟାତକୁ ରୋକାଯାଇପାରିବ ବୋଲି ପୁଲିସ୍ କହିଛି ।
କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ତାଲିକା ଦେବ। କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବ ସଂସ୍ଥା । ଏଥିସହ ନିଜ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ ସଂସ୍ଥା । ପରିଚୟପତ୍ର ଓ ଅଥରାଇଜେସନ ଲେଟର ଦେଖାଇ ସଂପୃକ୍ତ କର୍ମଚାରୀ ଯାତାୟତ କରିପାରିବେ ବୋଲି କହିଛନ୍ତି ସିପି।
ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ ଏବେ ପ୍ରତିଦିନ ଲମ୍ବ ଡିଆଁ ମାରୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ନୂଆ ରେକର୍ଡ କରିବାରେ ଲାଗିଛି। ଏପରି ସ୍ଥିତିରେ ସଂକ୍ରମଣ ଚେନ୍କୁ ଭାଙ୍ଗିବାକୁ ସମଗ୍ର ରାଜ୍ୟରେ ଲକଡାଉନ୍ , ଶଟଡାଉନ୍ ଘୋଷଣା କରାଯାଇଥିବା ସତ୍ତ୍ୱେ ରାସ୍ତାରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଅଧିକାଂଶ ଲୋକ ମିଥ୍ୟା ପରିଚୟପତ୍ର ଦେଖାଇ ଖୁଲମଖୁଲା ବୁଲୁଥିବା ବେଳେ ସେମାନଙ୍କୁ ସାବାଡ଼ କରିବାକୁ ଏପରି ଘୋଷଣା କରିଛନ୍ତି ସିପି।
The post ସାବାଡ଼ ହେବେ ଅମାନିଆ; ଏଣିକି ଖାଲି ଆଇ କାର୍ଡ ଦେଖାଇଲେ ଛାଡ଼ିବନି ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3bb4BLo
No comments:
Post a Comment