ଭାରତରେ କରୋନାକୁ ରୋକିବାର ଫର୍ମୁଲା କହିଲେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ଭାରତରେ କରୋନାକୁ ରୋକିବାର ଫର୍ମୁଲା କହିଲେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ କୋଭିଡର ଦ୍ୱିତୀୟ ଲହର ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଚଳିତ ମାସ ୩ ତାରିଖ ଅର୍ଥାତ୍ ସୋମବାର ପାଖରୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବ। ଆଇଆଇଟି କାନପୁର ଏଭଳି ଆକଳନ କରିଛି। ଅନ୍ୟପଟେ ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୪ ଲକ୍ଷ ଟପିଛି। ତେଣୁ ଆଗକୁ କରୋନାର ଅସଲ ତାଣ୍ଡବ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଭାରତ ସରକାର, ବିଶେଷଜ୍ଞ ଏହି ପିକ୍ ଅବଧିକୁ ଅଟକାଇବା ପାଇଁ ଲକଡାଉନ୍, ଶଟଡାଉନ୍ କରୁଛନ୍ତି। ହେଲେ ଏଯାବତ ସଂକ୍ରମିତଙ୍କ ସଂଖ୍ୟା କମିବାରେ ବ୍ରେକ୍ ଲାଗିପାରିନି।

ଏହାରି ଭିତରେ ଆମେରିକାର କୋଭିଡ୍ ମହାମାରୀ ଟିମର ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ଭାରତକୁ କିଛି ସପ୍ତାହ ପାଇଁ ଲକଡାଉନ୍ କରିବାକୁ ହେବ। ଯଦି ଲକଡାଉନ୍ ହେବ ତାହେଲେ କୋଭିଡ ସଂକ୍ରମଣର ଚେନ କାଟିହେବ। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ଫାଉସି କହିଛନ୍ତି, ଲକଡାଉନ ସହିତ ଅକ୍ସିଜେନ, ଔଷଧ ଏବଂ ପିପିଇ କିଟକୁ ଆବଶ୍ୟକରୁ ଅଧିକ ମହଜୁଦ ରଖିବାକୁ ହେବ। ତେବେ କୌଣସି ସରକାରର ନାଁ ନନେଇ ଫାଉସି କହିଛନ୍ତି କରୋନାରେ ବିଜୟ ହେବା ବହୁ ଆଗକୁ ଘୋଷଣା କରିଦିଆଯାଇଛି।

ସେ କହିଛନ୍ତି ଚାଇନାରେ ଯେତେବେଳେ କରୋନା ବ୍ୟାପିଲା ସେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ଚାଇନାକୁ ଲକଡାଉନ କରିଦେଇଥିଲା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ଚାଇନା ସଫଳ ହେଲା। ତେବେ ଲକଡାଉନର ଅର୍ଥ ୬ ସପ୍ତାହ ନୁହେଁ। କିଛି ସପ୍ତାହ ପାଇଁ ଦେଶରେ ଲକଡାଉନ୍ ଜାରି କରି କୋଭିଡ ଚେନକୁ ଭାଙ୍ଗିହେବ ବୋଲି ଫାଉସି କହିଛନ୍ତି।

ସୂଚନାଯୋଗ୍ୟ, ଭାରତ ସରକାର ନିକଟରେ ରାଜ୍ୟ ମାନଙ୍କୁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ଯେଉଁଥିରେ ରାଜ୍ୟ ଗୁଡ଼ିକୁ ଲକଡାଉନ୍ ଘୋଷଣା ନକରି ଯେଉଁ ଅଞ୍ଚଳରେ କୋଭିଡ ସଂକ୍ରମଣ ବ୍ୟାପୁଛି ସେହି ଅଞ୍ଚଳରେ ରାଜ୍ୟ ସରକାର ବିଚାର କରି ଲକଡାଉନ୍ ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

କୋଭିଡର କେତେଟା ଭେରିଆଣ୍ଟକୁ ଚେକ୍ ଦେଇପାରିବ କୋଭାକ୍ସିନ ? କହିଲେ ବାଇଡେନଙ୍କ ବିଶେଷଜ୍ଞ

The post ଭାରତରେ କରୋନାକୁ ରୋକିବାର ଫର୍ମୁଲା କହିଲେ ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞ appeared first on Odisha Reporter.



from Odisha Reporter https://ift.tt/332m5oH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages