ନୂଆଦିଲ୍ଲୀ: ଅଦୃଶ୍ୟ ଭାଇରସ କରୋନାର ତାଣ୍ଡବରେ ସମଗ୍ର ମାନବଜାତି କଲବଲ ହେଉଥିବା ବେଳେ ଆଉ ଏକ ରିପୋର୍ଟ ଆସିଛି। ଯେଉଁଥିରେ ପଶୁମାନଙ୍କୁ ମଧ୍ୟ କରୋନା ବ୍ୟାପିବା ଆରମ୍ଭ କରିଛି ବୋଲି ଜଣାପଡ଼ିଛି। ଯାହାକି ଏବେ ସବୁଠୁ ବଡ଼ ବିପଦ ବୋଲି କୁହାଯାଇପାରେ। ଗୋଟିଏର ସିଂହର ମୃତ୍ୟୁ ରିପୋର୍ଟକୁ ଆଧାର କରି କେନ୍ଦ୍ର ପରିବେଶ ମନ୍ତ୍ରାଳୟ କହିଛି, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁଯାୟୀ, କରୋନା ଭାଇରସ୍ କାରଣରୁ ଗୋଟିଏ ଏସିଆଟିକ୍ ସିଂହର ମୃତ୍ୟୁ ହୋଇଛି। ତେଣୁ ମନ୍ତ୍ରାଳୟ କହିଛି ଯେ ପଶୁମାନଙ୍କ ମଧ୍ୟରେ କରୋନା ଭାଇରସ୍ ସଂକ୍ରମଣ ହେବାର ସମ୍ଭାବନା ରହିଛି।
ତେଣୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳ ବନ୍ଦ କରିବାକୁ ପରିବେଶ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବନ୍ୟପ୍ରାଣୀ ବିଭାଗର ପ୍ରକାଶ ଅନୁଯାୟୀ, ଜାତୀୟ ଉଦ୍ୟାନ ତଥା ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଜାତୀୟ ଉଦ୍ୟାନ ତଥା ଏହାର ଆଖପାଖରେ ରହୁଥିବା କର୍ମଚାରୀ, ଗ୍ରାମବାସୀଙ୍କ ଆନ୍ଦୋଳନରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଅନ୍ୟ ସମସ୍ତ ସର୍ତ୍ତକୁ ବଜାୟ ରଖିବାକୁ ମନ୍ତ୍ରଣାଳୟ ଅନୁରୋଧ କରିଛି।
ଏହି ଭାଇରସ ବିସ୍ତାରକୁ ରୋକିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପଶୁମାନଙ୍କୁ ଜରୁରୀକାଳୀନ ଚିକିତ୍ସା ତଥା ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ନିରାପଦ ମୁକ୍ତ କରିବା ପାଇଁ ଅତ୍ୟାବଶ୍ୟକ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି।
The post ‘ପଶୁମାନଙ୍କୁ ବି ହେଉଛି କରୋନା’ appeared first on Odisha Reporter.
from Odisha Reporter https://ift.tt/3uaRNfo
No comments:
Post a Comment