ଗର୍ଭବତୀ ହେଲେ ଦେବେ ଜୋରିମାନା, କାହିଁକି ମାଧୁରୀଙ୍କ ସହ କରାଯାଇଥିଲା ଏମିତି ଚୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 15, 2021

ଗର୍ଭବତୀ ହେଲେ ଦେବେ ଜୋରିମାନା, କାହିଁକି ମାଧୁରୀଙ୍କ ସହ କରାଯାଇଥିଲା ଏମିତି ଚୁକ୍ତି

ମୁୁମ୍ୱାଇ: ବଲିଉଡର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ମାଧୁରୀ ଦୀକ୍ଷିତ। ଅନେକ ହିରୋଙ୍କ ସହିତ ସେ ଦେଇଛନ୍ତି ଅନେକ ହିଟ ଫିଲ୍ମ। ପ୍ରତି ଫିଲ୍ମରେ ରହିଛି ତାଙ୍କର ନିଜସ୍ୱ ଛାପ। ଆଜି ବି ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି। ଅଭିନୟ ହେଉ କି ନୃତ୍ୟ ସବୁଥିରେ ସେ ମାହିର।

ଆଜି ହେଉଛି ମାଧୁରୀଙ୍କ ଜନ୍ମଦିନ। ୧୯୬୭ ମସିହା ମେ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। ଆଉ ଏହି ଅବସରରେ ତାଙ୍କ ସହିତ ଘଟିଥିବା ଏକ ମଜାଦାର ଘଟଣା ସଂପର୍କରେ ଆମେ ଆପଣଙ୍କୁ କହିବୁ।

୧୯୮୪ ମସିହାରେ ଫିଲ୍ମ ଅବୋଧ ଜରିଆରେ ବଲିଉଡରେ ପାଦ ଥାପି ଥିଲେ ମାଧୁରୀ। କିନ୍ତୁ ଏହାର ଚାରି ବର୍ଷ ପରେ ଆସିଥିବା ଫିଲ୍ମ ତେଜାବରେ ତାଙ୍କୁ ମିଳିଲା ପରିଚୟ। ଏଥିରେ ଏକ ଦୋ ତିନ‌୍‍ ଗୀତରେ ତାଙ୍କର ନୃତ୍ୟକୁ ଆଜି ବି ଦର୍ଶକମାନେ ମନେ ପକାନ୍ତି। ଏହି ଫିଲ୍ମ ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

ବିନୋଦ ଖନ୍ନା, ଅନୀଲ କପୁର, ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ରୁଷି କପୁର, ଶାହାରୁଖ ଖାନ, ଅମୀର ଖାନ, ସଲମାନ ଖାନ ଓ ଅଜୟ ଦେବଗନଙ୍କ ଭଳି ଅଭିନେତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ମାଧୁରୀ। ତେବେ ସଞ୍ଜୟ ଦତ୍ତଙ୍କ ସହିତ ଥିଲା ତାଙ୍କର ସ୍ପେଶାଲ ବଣ୍ଡିଂ। ସାଜନ ଓ ଖଳନାୟକ ଭଳି ଅନେକ ହିଟ‌୍‍ ଫିଲ୍ମରେ ମାଧୁରୀ ଅଭିନୟ କରିଥିଲେ ସଞ୍ଜୟ ଦତ୍ତଙ୍କ ସହିତ। କେବଳ ଫିଲ୍ମ ନୁହେଁ, ୯୦ ଦଶକରେ ଏମାନଙ୍କ ଆଫେୟାରକୁ ବି ନେଇ ହୋଇଥିଲା ବହୁତ ଚର୍ଚ୍ଚା।

ସଞ୍ଜୟ ଦତ୍ତ ବାହା ହୋଇସାରିଥିଲେ। ତାଙ୍କ ପତ୍ନୀ ବିଦେଶରେ ରହୁଥିଲେ। ତେଣୁ ସଞ୍ଜୟ ଓ ମାଧୁରୀ ଏକାଠି ବେଶ‌୍‍ ଭଲ ସମୟ କାଟି ପାରୁଥିଲେ ବୋଲି କୁହାଯାଏ। ସେମାନଙ୍କ ଆଫେୟାରକୁ ନେଇ କିନ୍ତୁ ବଲିଉଡର ବହୁ ନିଦ୍ଦେର୍ଶକ ଓ ପ୍ରଯୋଜକ ଚିନ୍ତାରେ ଥିଲେ। ସେତେବେଳେ ମାଧୁରୀ ଷ୍ଟାର ଥିଲେ। ତାଙ୍କର ପ୍ରାୟ ସବୁ ଫିଲ୍ମ ହିଟ ହେଉଥିଲା। ଅନେକ ନିଦ୍ଦେର୍ଶକ ଓ ପ୍ରଯୋଜକ ଡରୁ ଥିଲେ ଯଦି ଫିଲ୍ମ ଶୁଟିଂ ମଝିରେ ମାଧୁରୀ ବାହା ହୋଇଯିବେ, ତା’ହେଲେ କଣ ହେବ। ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଡରି ଯାଇଥିଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିଦ୍ଦେର୍ଶକ ସୁଭାଷ ଘାଇ।

ସେତେବେଳେ ମାଧୁରୀ ତାଙ୍କ ସହିତ ଖଳନାୟକ ଫିଲ୍ମରେ କାମ କରୁଥିଲେ। ଏଥିରେ ସଞ୍ଜୟ ଦତ୍ତ ମଧ୍ୟ ଥିଲେ। ମାଧୁରୀ ଓ ସଞ୍ଜୟଙ୍କ ଘନିଷ୍ଠତା ଏତେ ବଢ଼ି ଯାଇଥିଲା ଯେ ସୁଭାଷ ଭାବିଥିଲେ ଯଦି ଫିଲ୍ମ ମଝିରେ ମାଧୁରୀ ବାହା ହୋଇଯାଆନ୍ତି ଅବା ଗର୍ଭବତୀ ହୋଇଯାଆନ୍ତି, ତାହେଲେ କଣ ହେବ। ସେହି ଡରରେ ସେ ମାଧୁରୀଙ୍କ ସହିତ ନୋ ପ୍ରେଗ୍ନେନ୍ସୀ ଚୁକ୍ତି କରିଥିଲେ। ଅର୍ଥାତ‌୍‍ ଏହି ଫିଲ୍ମ ମଝିରେ ଯଦି ମାଧୁରୀ ଗର୍ଭବତୀ ହେବେ, ତା’ହେଲେ ସେ ଜୋରିମାନା ଦେବେ। ଯଦିଓ ମାଧୁରୀ ବାହା ହୋଇ ନଥିଲେ, ତଥାପି ସୁଭାଷ ଘାଇ ତାଙ୍କ ସହିତ ଏମିତି ଏକ ଚୁକ୍ତି କରିଥିଲେ ବୋଲି କୁହାଯାଏ। ଜଣେ ହିରୋଇନଙ୍କ ସହିତ ଏମିତି ଚୁକ୍ତ ସ୍ୱାକ୍ଷର କରିବାରେ ସୁଭାଷ ବୋଧେ ହେଉଛନ୍ତି ପ୍ରଥମ ନିଦ୍ଦେର୍ଶକ। ତାଙ୍କ ପରେ ବି କୌଣସି ନିଦ୍ଦେର୍ଶକ କୌଣସି ଅଭିନେତ୍ରୀଙ୍କ ସହିତ ଏମିତି ଚୁକ୍ତି ସ୍ୱାକ୍ଷର କରି ନାହାନ୍ତି।

The post ଗର୍ଭବତୀ ହେଲେ ଦେବେ ଜୋରିମାନା, କାହିଁକି ମାଧୁରୀଙ୍କ ସହ କରାଯାଇଥିଲା ଏମିତି ଚୁକ୍ତି appeared first on Odisha Reporter.



from Odisha Reporter https://ift.tt/3oglTfk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages