ହସ୍ପିଟାଲରେ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 15, 2021

ହସ୍ପିଟାଲରେ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

ବେଙ୍ଗାଲୁରୁ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୭୦ ବର୍ଷୀୟ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି। ସେ ବେକରେ କପଡ଼ା ବାନ୍ଧି ଚିକିତ୍ସିତ ହେଉଥିବା ୱାର୍ଡରେ ହିଁ ଜୀବନ ହାରିଥିବା ଜଣାପଡ଼ିଛି। କର୍ଣ୍ଣାଟକାର ହାଭେରି ଠାରେ ଏପରି ଏକ ଘଟଣା ଘଟିଛି।

କର୍ଣ୍ଣାଟକାର ରାନେବେନ୍ନୁରରେ ରହୁଥିବା ଲାମନି ଆଦିବାସୀ ସଂପ୍ରଦାୟର ୭୦ ବର୍ଷୀୟ ବୃଦ୍ଧ ମେ’ ୩ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥାନୀୟ ହସ୍ପିଟାଲରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ମେ’ ୫ ତାରିଖରେ ହାଭେରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ମଧ୍ୟ କରାଯାଇଛି। ସ୍ୱତନ୍ତ୍ର ୱାର୍ଡରେ ବୃଦ୍ଧଙ୍କ ଚିକିତ୍ସା କରାଯାଉଥିଲା। ଏଠାରେ ଅନ୍ୟ ରୋଗୀମାନେ ମଧ୍ୟ ରହିଥିଲେ। ଧୀରେଧୀରେ ବ୍ୟକ୍ତି ଜଣଙ୍କ ସୁସ୍ଥ ହେଉଥିଲେ ହେଁ ଗତକାଲି ରାତିରେ ସମସ୍ତେ ଶୋଇଯିବା ପରେ ସେ ୱାର୍ଡର ଦୁଆର ପାଖକୁ ଯାଇ ବେକରେ ବେଡ୍‌ ଶିଟ୍‌ ଲଗାଇ ଝୁଲି ପଡ଼ିଥିଲେ।

ସିସିଟିଭିରୁ ମଧ୍ୟ ଏକଥା ଜଣାପଡ଼ିଛି। ଡାକ୍ତର କହିଛନ୍ତି, ବ୍ୟକ୍ତି ଜଣଙ୍କ ସୁସ୍ଥ ହେଉଥିଲେ। କିନ୍ତୁ ସେ ଏତେ ଦିନ ହସ୍ପିଟାଲରେ ରହିଥିବାରୁ ହତାଶ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇଥିବା ଅନୁମାନ କରାଯାଉଛି।

ଏହାପୂର୍ବରୁ ମଧ୍ୟପ୍ରଦେଶର ଭୋପାଲର ଜଣେ ୫୦ ବର୍ଷୀୟ କରୋନା ଆକ୍ରାନ୍ତ ମଧ୍ୟ ଆତ୍ମହତ୍ୟା କରିଥିଲେ। ଏହି ବ୍ୟକ୍ତି ଜଣଙ୍କ ହାମିଦିଆ ହସ୍ପିଟାଲର ୬ଷ୍ଠ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

The post ହସ୍ପିଟାଲରେ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3w6kEBT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages