ନୂଆଦିଲ୍ଲୀ: ପଳାତକ ହିରା ବ୍ୟବସାୟୀ ମେହୁଲ ଚୌକସି ନିଖୋଜ। ଆଣ୍ଟିଗୁଆ ଏବଂ ବରବୁଡାରୁ ସେ ନିଖୋଜ ହୋଇଯାଇଥିବା ସୂଚନା ରହିଛି। ମେହୁଲଙ୍କ ଓକିଲ ବିଜୟ ଅଗ୍ରଓ୍ୱାଲ ଏହି ସୂଚନା ଦେଇଛନ୍ତି। ପିଏନବି ବ୍ୟାଙ୍କରେ ଋଣ ଠକେଇ କରି ଆଣ୍ଟିଗୁଆ ପଳାଇଛନ୍ତି ମେହୁଲ ଚୌକସି। ୨୦୧୮ ପାଖରୁ ସେ ଆଣ୍ଟିଗୁଆରେ ରହିଛନ୍ତି। ୧୪ ହଜାର କୋଟି ଋଣ ଠକେଇ ମାମଲାରେ ସଂପୃକ୍ତ ଏହି ପଳାତକ ବ୍ୟବସାୟୀଙ୍କ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି।
ଚୌକସି ନିଖୋଜ ହେବା ନେଇ ତାଙ୍କୁ ପରିବାରକୁ ସେ ଜଣାଇ ଦେଇଛନ୍ତି ବୋଲି ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି। ଚୌକସି ନିଖୋଜ ହେବା ଖବର ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ତାଙ୍କ ପରିବାର ପାଖକୁ ଯାଇ ସେ ଆଲୋଚନା କରିଥିବା କହିଛନ୍ତି। ଆଣ୍ଟିଗୁଆ ପୁଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। କିନ୍ତୁ ଚୌକସିଙ୍କ ସୁରକ୍ଷାକୁ ନେଇ ଏବେ ପରିବାର ଲୋକ ଚିନ୍ତାରେ ଥିବା ସୂଚନା ରହିଛି।
ଆଣ୍ଟିଗୁଆର ମିଡିଆ ରିପୋର୍ଟ ଅନୁଯାୟୀ, ମେହୁଲ ଚୌକସିଙ୍କୁ ଖୋଜିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚୌକସି ଆଣ୍ଟିଗୁଆ ଦ୍ୱୀପର ଦକ୍ଷିଣ ଭାଗରେ ଥିବା ଏକ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ବିଳମ୍ବିତ ରାତିରେ ନିଜ ଘରୁ ଯାଇଥିଲେ। ଏହାପରେ ସେ ନିଖୋଜ ରହିଛନ୍ତି।
ଏବେ ସିବିଆଇ ମେହୁଲ ଚୌକସି ବାବଦରେ ଅଧିକ ସୂଚନା ଜାଣିବା ପାଇଁ ଆଣ୍ଟିଗୁଆରେ ଥିବା ଭାରତର ଦୂତାବାସଙ୍କୁ ଚିଠି ଲେଖିଛି। ସୂଚନା ଅନୁଯାୟୀ ଚୌକସିଙ୍କ ନାମରେ ଗ୍ଲୋବାଲ ପୁଲିସ ରେଡ୍ ନୋଟିସ ଜାରି କରିଛି। ୨୦୧୮ରେ ଏହି ନୋଟିସ ଜାରି କରିଥିଲା ଗ୍ଲୋବାଲ ପୁଲିସ। ଏହାର ଅର୍ଥ ଯଦି ମେହୁଲ ଅନ୍ୟ କୌଣସି ଦେଶକୁ ଯିବେ ତାହେଲେ ସଙ୍ଗେସଙ୍ଗେ ଗ୍ଲୋବାଲ ପୁଲିସ ସତର୍କ ହୋଇ ବିହିତ ପଦକ୍ଷେପ ଗ୍ରହଣ କରିବ।
ତେବେ ଆଣ୍ଟିଗୁଆର ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ଚୌକସି ଏବେ କ୍ୟୁବା ଯାଇଥାଇପାରନ୍ତି। କାରଣ ଆଣ୍ଟିଗୁଆ ଭଳି କ୍ୟୁବା ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ଆଣ୍ଟିଗୁଆ ସହିତ ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ଭାରତ ମେହୁଲ ଚୌକସିକୁ ଆଣିବରେ ବିଳମ୍ୱ ହେଉଛି।
The post ପଳାତକ ମେହୁଲ ଚୌକସି ଆଣ୍ଟିଗୁଆରୁ ନିଖୋଜ appeared first on Odisha Reporter.
from Odisha Reporter https://ift.tt/3oMBtPW
No comments:
Post a Comment