‘ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମିଥିଲେ ହେଁ, ବିପଦ ଟଳିନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

‘ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମିଥିଲେ ହେଁ, ବିପଦ ଟଳିନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍। ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କହିଛନ୍ତି, ମେ’ ୨୨ ତାରିଖରେ ସର୍ବାଧିକ ୧୨,୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିଯାଇଥିଲା, ଯେଉଁ କାରଣରୁ ପଜିଟିଭ୍ ସଂଖ୍ୟା କମିଥିଲା । ମାତ୍ର ପରବର୍ତ୍ତୀ ପର‌୍ୟ୍ୟାୟରେ ଟେଷ୍ଟ ବଢ଼ିଥିଲେ ହେଁ ସଂକ୍ରମଣ କମିଥିବା କହିଛନ୍ତି ଏସସିଏସ୍।

ଏସିଏସ୍ କହିଛନ୍ତି, ଆଜି ରାଜ୍ୟରେ ୯୫୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମେ’ ୨୨ ତାରିଖ ଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲା, ତେଣୁ ଏହି ଦିନକୁ ଆମକୁ ପିକ୍ ଧରିବାକୁ ହେବ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିଛି, ଯାହା ଆଶ୍ୱସ୍ତିକର। ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ ସଂକ୍ରମଣ କମୁଛି। ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ହେଁ ସେଠାରେ ବିପଦ ଟଳିନାହିଁ। ଏଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାନ୍ତ ସିଲ୍ କରାଯାଇଥିବା ଏସସିଏସ୍ କହିଛନ୍ତି।

ଏସିଏସ୍ କହିଛନ୍ତି, ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ୬୦ ପ୍ରତିଶତ ରହିଛି। ସେହି ୯ଟି ଜିଲ୍ଲା ହେଲେ ଖୋର୍ଦ୍ଧା, କଟକ, ଅନୁଗୋଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ। ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪%ରେ ପହଞ୍ଚିଛି। ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମୁଛି। ୫ଟି ଜିଲ୍ଲାରେ ସଂକ୍ରମଣ ହାର ୫% ତଳେ ରହିଛି । ଆଗକୁ ପଜିଟିଭିଟି ଆହୁରି କମିବ ବୋଲି ଏସିଏସ୍ କହିଛନ୍ତି।

ଏସିଏସ୍ କହିଛନ୍ତି, ‘ଧୀରେ ଧୀରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମି କମି ଆଜି ୭୨%ରେ ପହଞ୍ଚିଛି।ରାଜ୍ୟର କୌଣସି ଠାରେ ଅକ୍ସିଜେନର ଅଭାବ ଦେଖା ଦେଇନି। ଅକ୍ସିଜେନ୍ ଯୋଗାଣରେ ଆମ ରାଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି। ୧୮ଟି ରାଜ୍ୟକୁ ଆମେ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇ ସାରିଲୁଣି। DRDO ପ୍ରସ୍ତୁତ 2DG ଔଷଧର ୫ ହଜାର ପ୍ୟାକେଟ ଅର୍ଡର ଦେଇଛୁ। ୭ରୁ ୧୦ ତାରିଖ ମଧ୍ୟରେ 2DG ଔଷଧ ପହଞ୍ଚି ଯିବ ବୋଲି ଆଶା କରୁଛୁ।’

ସେହିପରି ଦେଶର କରୋନା ସ୍ଥିତିକୁ ନେଇ ଏସିଏସ୍ ଆହୁରି କହିଛନ୍ତି, ଦୁଇ ସପ୍ତାହରେ ୨ ସପ୍ତାହ ତଳେ ବିଶ୍ୱର ମୋଟ ସଂକ୍ରମିତଙ୍କ ୫୪% ଆମ ଦେଶର ଥିଲେ। ବର୍ତ୍ତମାନ ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟ ୩୪% ରହିଛି। ମେ’ ୬ ତାରିଖରେ ଦେଶରେ ୪.୧୪ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ଆମେ ଆମ ଦେଶର ପିକ୍ ଭାବେ ଧରି ନେଇଛୁ। ଗତ ସେପ୍ଟେମ୍ବର ୧୬ ତାରିଖରେ ସର୍ବାଧିକ ୯୭ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ସେତେବେଳେ ପିକ୍ ଧରା ଯାଇଥିଲା। ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ ରହିଛି। କୌଣସି ଦେଶ ଆମଭଳି ଏତେ ସଂଖ୍ୟାରେ ରୋଗୀ ଦେଖି ନାହାନ୍ତି। କରୋନାର ବିଭିନ୍ନ ଷ୍ଟ୍ରେନ୍ ମଧ୍ୟ ଆମ ଦେଶରେ ପହଞ୍ଚିଛି। ତେଣୁ ଦେଶ ପାଇଁ ଏହା କେତେ ବିପଦ, ଯାହା ଏବେ ବି ଟଳିନି ବୋଲି କହିଛନ୍ତି ଏସିଏସ୍।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬, ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫, ଅନୁଗୋଳରୁ ୫୬୨ ଓ ପୁରୀ ଜିଲ୍ଲାରୁ ୫୨୮ ଜଣ ଚିହ୍ନଟ ହୋଇଛନ୍ତି।

The post ‘ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମିଥିଲେ ହେଁ, ବିପଦ ଟଳିନି’ appeared first on Odisha Reporter.



from Odisha Reporter https://ift.tt/34sOBAq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages