‘ମୋଦି ଟିକା କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଚିତ୍କାର କରୁଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

‘ମୋଦି ଟିକା କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଚିତ୍କାର କରୁଛନ୍ତି’

ନୂଆଦିଲ୍ଲୀ: ମୋଦି ସରକାରକୁ ସାତ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବିଜେପି ସଭାପତି ଜେପି ନଡ୍ଡା ରବିବାର ବିରୋଧୀଙ୍କୁ କଡ଼ା ଜବାବ ଦେଇ ବିରୋଧୀଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛନ୍ତି। ସରକାରର ମନବୋଳ ଭାଙ୍ଗିବା ପାଇଁ ବିରୋଧୀ ନାନା କଥା କହୁଛନ୍ତି। ହେଲେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ମଜବୁତ ଅଛି ଆଗକୁ ରହିବ କହି ବିରୋଧୀ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳକୁ ଚେତାବନୀ ଦେଇଛନ୍ତି।

କରୋନା ମହାମାରୀ ବେଳେ ଟିକା ସମସ୍ତଙ୍କର ଆବଶ୍ୟକ ରହିଛି। ଏଭଳି ପରିସ୍ଥିତିରେ ଟିକାକୁ ନେଇ ବିରୋଧୀ ହୀନ ରାଜନୀତି କରୁଛି ବୋଲି ନଡ୍ଡା ଦଳୀୟ ନେତାଙ୍କୁ ଡିଜିଟିଲ ମିଡିଆରେ ସମ୍ବୋଧନ କରିବା ବେଳେ କହିଛନ୍ତି। ସେ କହିଛନ୍ତି ବିରୋଧୀ ପ୍ରଥମେ ଏହି ଟିକାକୁ ମୋଦି ଟିକା ବୋଲି କହିଲେ। ବିରୋଧୀ ଏଭଳି କହି ମୋଦି ସରକାରର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଏବେ ସେହି ବିରୋଧୀ ଟିକା ପାଇଁ ଚିତ୍କାର କରୁଛନ୍ତି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦୁଇଟି କମ୍ପାନୀ ପ୍ରଥମେ ଟିକା ଉତ୍ପାଦନ କରୁଛନ୍ତି। ଏବେ ୧୩ଟି କମ୍ପାନୀକୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦିଆଯାଇଛି। ଖୁବ ଶୀଘ୍ର ଆଉ ୬ଟି କମ୍ପାନୀ ଅନୁମତି ପାଇଲେ ମୋଟ୍ 19ଟି କମ୍ପାନୀ ଟିକାକରଣରେ ସାମିଲ୍ ହେବେ। ଗୋଟିଏ ମାସରେ ୧.୩ ଟିକା ଉତ୍ପାଦନ କରୁଥିବା ଭାରତ ବାୟୋଟେକ ଅକ୍ଟୋବର ସୁଦ୍ଧା ପ୍ରତି ମାସରେ ୧୦ କୋଟି ଟିକା ତିଆରି ଆରମ୍ଭ କରିବ ବୋଲି ଜେପି ନଡ୍ଡା କହିଛନ୍ତି। କରୋନା ଲଢ଼େଇରେ ଭାରତ ବାୟୋଟେକର କୋଭାକ୍ସିନ ସ୍ୱଦେଶୀ ଟିକା। ଯାହାକି କେନ୍ଦ୍ର ସରକାରର ଆଇସିଏମଆର ସହ ମିଶି ତିଆରି ହୋଇଛି।

କରୋନା ମହାମାରୀ ବେଳେ ବିଜେପି କର୍ମୀ ରିଲିଫ କାମରେ ନିୟୋଜିତ ଥିବାବେଳେ ବିରୋଧୀ ଦଳ କିନ୍ତୁ ନିଜକୁ ଏଥିରୁ ନିବୃତ ରଖିଛି। ସାତ ବର୍ଷର ସରକାର ଶେଷ ହେବା ଅବସରରେ ସମସ୍ତ ବିଜେପି ସାଂସଦ, ମନ୍ତ୍ରୀ ଏବଂ ବିଧାୟକମାନେ ଅତି କମରେ ଦୁଇଟି ଗାଁରେ ଲୋକଙ୍କୁ ସେବା କରିବେ ବୋଲି ସେ କହିଛନ୍ତି। ବିଜେପି ଆଜି ଏହି ଦିନକୁ ସେବା ଦିବସ ରୂପେ ପାଳନ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଆତ୍ମବିଶ୍ୱାସ ବଢ଼ିଛି। ଆତ୍ମନିର୍ଭରଶୀଳ ଭାରତ ତଥା ଦେଶର ଗାଁ, ଗରିବ, ଚାଷୀ, ଦଳିତ, ଦୁଃଖୀ ତଥା ବଞ୍ଚିତ ଲୋକ ପ୍ରଥମ ଥର ପାଇଁ କେନ୍ଦ୍ରରେ ନିଜର ସରକାର ଥିବା ହୃଦୟଙ୍ଗମ କରିଛନ୍ତି। କରୋନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ରିଲିଫ ପ୍ୟାକେଜ ଘୋଷଣା କରି ପ୍ରତ୍ୟେକ ଭାରତୀୟଙ୍କୁ ନେଇ ନରେନ୍ଦ୍ର ମୋଦି ଚିନ୍ତିତ ବୋଲି ସେ କହିଛନ୍ତି।

ସବୁଠୁ ଦୁର୍ବଳ, ଦେଶ ପାଇଁ କ୍ଷତିକାରକ ମୋଦି ସରକାର: କଂଗ୍ରେସ

The post ‘ମୋଦି ଟିକା କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଚିତ୍କାର କରୁଛନ୍ତି’ appeared first on Odisha Reporter.



from Odisha Reporter https://ift.tt/2SG5TYa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages